ବାଣିଜ୍ୟ

ପଦ ଛାଡ଼ିଲେ ଜେଫ୍‌ ବେଜୋସ୍‌, ଆଣ୍ଡି ଜେସି ଆମାଜନ୍‌ର ନୂଆ ସିଇଓ

ବିଶ୍ବର ସବୁଠୁ ଧନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ସିଇଓ ପଦ ଛାଡ଼ିଛନ୍ତି। ନିଜର ଏହି ସିଇଓ ଟାଇଟଲ୍‌କୁ ଆଣ୍ଡି ଜେସିଙ୍କୁ ହସ୍ତାନ୍ତର କରିଛନ୍ତି ବେଜୋସ୍‌।

ଏକ ଅନଲାଇନ୍‌ ବୁକଷ୍ଟୋର ଭାବେ ଯାତ୍ରା ଆରମ୍ଭ କରିଥିବା ଆମାଜନ୍‌କୁ ସପିଂ ଦୁନିଆର ବାଦଶାହ ୧.୭୫ ଟ୍ରିଲିୟନ୍‌ ଡଲାର ବିଶିଷ୍ଟ କମ୍ପାନୀରେ ପରିଣତ କରିଥିବା ଜେଫ ବେଜୋସ୍‌ ପାଖାପାଖି ୩ ଦଶନ୍ଧୀ ପରେ ସିଇଓ ପଦ ଛାଡ଼ିଛନ୍ତି । ସୋମବାରଠୁ ସେ ଆଉ ଆମାଜନ୍‌ର ସିଇଓ ନୁହଁନ୍ତି। ସିଇଓଙ୍କ ସ୍ଥାନ ନେଇଛନ୍ତି ଆମାଜନ୍‌ର କ୍ଲାଉଡ୍‌ କମ୍ପ୍ୟୁଟିଂ ବାଣିଜ୍ୟ ସମ୍ଭାଳୁଥିବା ଆଣ୍ଡି ଜେସି ।ସିଇଓ ଚେୟାରରୁ ଓହ୍ଲାଇବା ପରେ ମଧ୍ୟ ବେଜୋସଙ୍କ ପାଖରେ ଅମାପ ଶକ୍ତି ରହିବ । କାରଣ ସେ ସିଇଓ ପଦ ଛାଡ଼ିଥିଲେ ବି ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନୂଆ ଭୂମିକା ନିଭାଇବେ। ତାଙ୍କର ଅନ୍ୟ କାର୍ଯ୍ୟରେ ମଧ୍ୟ ରୁଚି ରହିଛି। ଏନେଇ ତାଙ୍କର ଇନଷ୍ଟାଗ୍ରାମ ପେଜ୍‌ରୁ ଜଣାପଡ଼େ। ସିଇଓ ଭାବେ ଗତବର୍ଷ କମ୍ପାନୀ ବାର୍ଷିକ ବୈଠକରେ ବେଜୋସ୍‌ କହିଥିଲେ, ଧରିତ୍ରୀକୁ ଅନ୍ତରୀକ୍ଷରୁ ଦେଖିଲେ ନିଜ ଭିତରେ ପରିବର୍ତ୍ତନ ଆସେ। ମୁଁ ଏହି ଉଡ଼ାଣରେ ସାମିଲ ହେବାକୁ ଚାହୁଁଛି। ଏହା ଏମିତି ଏକ ରୁଚି ମୁ ସବୁବେଳେ କରିବାକୁ ଭାବିଛି। ଏହା ମୋ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଜେଫ୍‌ ବେଜୋସ୍‌ କହିଥିଲେ।

ଏହା ପୂର୍ବରୁ ଫେବୃଆରୀରେ ସେ କହିଥିଲେ, ଅନ୍ୟ କାର୍ଯ୍ୟକୁ ଅଧିକ ସମୟ ଦେବା ପାଇଁ ଏବଂ ନିଜ କମ୍ପାନୀ ବ୍ଲୁ ଅରିଜିନ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଆମାଜନ୍‌ର ସିଇଓ ପଦ ଛାଡ଼ିବାକୁ ଚାହୁଁଛନ୍ତି। ଏହା ସହ ଜେଫ୍‌ ବେଜୋସ୍‌ ଅନ୍ତରୀକ୍ଷ ଯାତ୍ର କରିବେ। ତାଙ୍କର ଏହି ଉଡ଼ାଣ ୨୦ ଜୁଲାଇରେ ଆରମ୍ଭ ହେବ। ତେବେ ଜଣେ ବିଶ୍ବ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଡାନିଏଲ ଏଲମନଙ୍କ ମତରେ , ବେଜୋସ୍‌ ଦୈନିନ୍ଦିନ କାର୍ଯ୍ୟକଳାପ ଉପରେ ନଜର ନରଖି ବିସ୍ତୃତ୍ବ ଭାବେ କମ୍ପାନୀ ଉପରେ ନଜର ରଖିବେ। ଏହା ସହ ସେ ନୂଆ ନୂଆ ଦିଗ ଉପରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ତେଣୁ ସେ ସିଇଓ ପଦ ଛାଡ଼ିଛନ୍ତି। କିନ୍ତୁ ତାର ଅର୍ଥ ନୁହେଁ କମ୍ପାନୀରେ ତାଙ୍କର ପ୍ରଭାବ କମିଯିବ। ଏହା ଦ୍ବାରା କମ୍ପାନୀରେ ତାଙ୍କର ପ୍ରଭାବ ଆହୁରି ବଢ଼ିବ ବୋଲି ଡାନିଏଲ୍‌ କହିଛନ୍ତି ।

Show More

Related Articles

Back to top button