Breaking PLUSଦେଶମୁଖ୍ୟ ଖବର

ଆଇନଜ୍ଞ ଫଲି ନରିମନଙ୍କ ବିୟୋଗ

ନୂଆଦିଲ୍ଲୀ, 21 ଫେବୃଆରୀ- ଦେଶର ବିଶିଷ୍ଟ ଆଇନ ବିଶାରଦ ତଥା ସୁପ୍ରିମକୋର୍ଟର ଅଭିଜ୍ଞ ବରିଷ୍ଠ ଓକିଲ ଫଲି ଏସ.ନରିମନଙ୍କର ଆଜି ସକାଳେ 95 ବର୍ଷ ବୟସରେ ବିୟୋଗ ହୋଇଛି । ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓକିଲ ଭାବେ ତାଙ୍କର 70ବର୍ଷରୁ ଅଧିକ ଅଭିଜ୍ଞତା ଥିଲା ।
1950 ମସିହା ନଭେମ୍ବର ମାସରେ ଫଲି ଏସ.ନରିମନ ବମ୍ବେ ହାଇକୋର୍ଟରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ । 1961 ମସିହାରେ ତାଙ୍କୁ ବରିଷ୍ଠ ଓକିଲର ମର୍ଯ୍ୟାଦା ମିଳିଥିଲା । ବମ୍ବେ ହାଇକୋର୍ଟ ପରେ ନରିମନ 1972ରେ ସୁପ୍ରିମକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ସେ 1972 ମସିହା ମେ ମାସରେ ଆଡିସନାଲ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ ।
1991 ମସିହାରେ ନରିମନଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । 2007 ମସିହାରେ ତାଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । 1991-2010 ଯାଏ ସେ ବାର୍ ଆସୋସିଏସନ ଅଫ୍ ଇଣ୍ଡିଆର ଅଧ୍ୟଧ ଥିଲେ । ଅନ୍ତର୍ଜାତୀୟ ସ୍ତରରେ ବି ତାଙ୍କର ଗୁରୁତ୍ୱ ଥିଲା । 1989-2005 ଯାଏ ଇଣ୍ଟରନ୍ୟାସନାଲ ଚାମ୍ବର ଅଫ୍ କମର୍ସର ଅନ୍ତର୍ଜାତୀୟ ମଧ୍ୟସ୍ଥତା କୋର୍ଟର ଉପାଧ୍ୟକ୍ଷ ଥିଲେ । 1995-1997 ଯାଏ ଜେନିଭାର ଆଇନ ବିଶାରଦର ଅନ୍ତର୍ଜାତୀୟ କମିଶନରେ ଏକଜ୍ୟୁକେଟିଭର ଅଧ୍ୟକ୍ଷ ଥିଲେ ।

Show More

Related Articles

Back to top button