Breaking PLUSଦେଶମୁଖ୍ୟ ଖବର

ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ

ମୁମ୍ବାଇ, 21 ଫେବୃଆରୀ – ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସାୟାନୀଙ୍କର 91 ବର୍ଷ ବୟସରେ ବିୟୋଗ ହୋଇଛି । ମୃତ୍ୟୁ ନେଇ ତାଙ୍କ ପୁଅ ରାଜିଲ ସାୟାନୀ ସୂଚନା ଦେଇଛନ୍ତି । ରାଜିଲ କହିଛନ୍ତି ଯେ, ହୃଦଘାତ କାରଣରୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 7ଟା ସମୟରେ ଏଚଏନ ରିଲାଏନ୍ସ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି ।
ଅମିନ ସୟାନୀ 1932 ମସିହା ଡିସେମ୍ବର 21ରେ ଜନ୍ମଗ୍ରହଣ କରିଥିଲେ । ଜଣେ ରେଡିଓ ସେଲିବ୍ରେଟି ଭାବେ ସେ ବେଶ୍ ପରିଚିତ । ସିଲୋନ ରେଡିଓରେ ନିଜର ପ୍ରତିଷ୍ଠିତ କାର୍ଯ୍ୟଖ୍ରମ ‘ବିନାକା ଗୀତମାଲା’ ଜରିଆରେ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ନିଜର ମନମୋହକ କଣ୍ଠ ଓ ଆକର୍ଷଣୀୟ ଶୈଳୀ ପାଇଁ ସେ ଜଣାଶୁଣା ।
ରେଡିଓ ଶୁଣୁବାକୁ ଭଲ ପାଉଥିବା ଲୋକଙ୍କ କାନରେ ଆଜି ବି ସାୟାନୀଙ୍କ ସ୍ୱରରେ ‘ନମସ୍କାର ଭାଇୟୋଁ ଓ ବହନୋଁ, ମେ ଆପକା ଦୋସ୍ତ ଅମୀନ ସୟାନୀ ବୋଲ ରହା ହଁ’ ଗୁଂଜରିତ ହୋଇଥାଏ । ଅମୀନ ସାୟାନୀ ଭାରତରେ ରେଡିଓକୁ ଲୋକପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ନିଜର ବୁଦ୍ଧି, ଜ୍ଞାନ ଓ ଆକର୍ଷଣୀୟ ପ୍ରସ୍ତୁତିରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ ।

Show More

Related Articles

Back to top button