ଦେଶସ୍ୱତନ୍ତ୍ର

ଲଞ୍ଚ ହେଲ ନୂଆ ରକେଟ୍ SSLV

ଲଞ୍ଚ ହେଲ ନୂଆ ରକେଟ୍ SSLV । ଇସ୍ରୋ ପକ୍ଷରୁ ଆଜି ସକାଳ ୯ଟା ୧୮ ମିନିଟରେ ଆନ୍ଧ୍ରପ୍ରଦେଶ ଶୀହରିକୋଟା ସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ସଫଳତାର ସହିତ ଉତ୍‌କ୍ଷେପଣ କରାଯାଇଛି । ଏହି ରକେଟଟି ତାର ସଠିକ୍ କାର୍ଯ୍ୟ କରିବା ସହ ନିର୍ଦ୍ଧାରିତ ସ୍ଥଳରେ ପହଞ୍ଚାଇଥିଲା ।

ଦେଶର ୭୫ ଟି ସ୍କୁଲର ମୋଟ ୭୫୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସାଟେଲାଇଟର ସମ୍ପୂର୍ଣ୍ଣ ନାଁ ରହିଛି ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ । ସେହିପରି ଏହାର ଲମ୍ବ ରହିଛି ୩୪ ମିଟର ଏବଂ ବ୍ୟାସ ୬ ଦଶମିକ ୭ ଫୁଟ ରହିଥିବାବେଳେ ଏହାର ଓଜନ ରହିଛି ୧୨୦ ଟନ୍  । ଏହାର ଚାରୋଟି ଅଂଶ ଅଛି । ତିନୋଟି ଅଂଶ କଠିନ ଇନ୍ଧନରେ ଚାଲିବ । ଚତୁର୍ଥ ଅଂଶ ତରଳ ଇନ୍ଧନ ଦ୍ବାରା ଗତି କରିବ । ବର୍ତ୍ତମାନ ଏହା ଛୋଟ ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହେବ ।୫୦୦ କିଲୋଗ୍ରାମ ପର୍ୟ୍ୟନ୍ତ ସର୍ବାଧିକ ମାଲ ପରିବହନ କ୍ଷମତା ବିଶିଷ୍ଟ ଏହି ରକେଟରେ ଏକ ‘ଆର୍ଥ ଅବଜରଭେସନ୍ ସାଟେଲାଇଟ୍ -୦୨’ ବହନ କରାଯିବ, ଯାହା ପୂର୍ବରୁ ‘ମାଇକ୍ରୋସାଟେଲାଇଟ୍ -୨ ଏ’ ଭାବରେ ଜଣାଶୁଣା ।

Show More

Related Articles

Back to top button