ଦେଶ ବିଦେଶମୁଖ୍ୟ ଖବର

COP-୨୭ର ଥିମ୍ ହେବ ‘LIFE’

ପିଏମ ମୋଦୀଙ୍କ ଥିଲା ପ୍ରସ୍ତାବ

ମିଳିତ ଜାତିସଂଘ ଜଳବାୟୁ ସମ୍ମିଳନୀ COP-୨୭ର ଥିମ୍ ‘ଲାଇଫ: ମାଇଫଷ୍ଟାଇଲ ଫର ଦ ଏନଭାଇନୋମେଣ୍ଟ’ ରଖାଯିବ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି । COP-୨୭ ମିଶରର ଶର୍ମ-ଅଲ-ଶେଖରେ ଆୟୋଜିତ କରାଯିବ । ପିଏମ ମୋଦୀ ଗତ ବର୍ଷ ନଭେମ୍ୱର ମାସରେ ଗ୍ଲାସଗୋରେ ଆୟୋଜିତ କୋପ ୨୬ ସମ୍ମିଳନୀ ସମୟରେ ଲାଇଫର ପ୍ରସ୍ତାବ ଦେଇଥିଲେ । ପରିବେଶ ମନ୍ତ୍ରଣାଳୟ କହିଛି, ଲାଇଫ୍ ଏପରି ଏକ ଜୀବନଶୈଳୀ ଯାହା ଆମ ଗ୍ରହର ଅନୁରୂପ ହେବ ଏବଂ କ୍ଷତି ପହଞ୍ଚାଇବ ନାହିଁ । ଏପରି ଜୀନବଶୈଳୀରେ ବଞ୍ଚୁଥିବା ଲୋକଙ୍କୁ ‘ପ୍ରୋ-ପ୍ଲାନେଟ୍ ପିପଲ’ କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋପ ୨୬ ସମୟରେ ଲାଇଫ ଅଭିଯାନ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମିଳନୀରେ ପିଏମ ମୋଦୀ ଜଳବାୟୁ ପରିବର୍ତ୍ତନ ଆହ୍ୱାନକୁ ମୁକାବିଲା କରିବା ପାଇଁ ପାଞ୍ଚଟି ମନ୍ତ୍ର ମଧ୍ୟ ଦେଇଥିଲେ । ଚଳିତ ବର୍ଷ ଇଜଇପ୍ଟରେ ନଭେମ୍ବର ୬ରୁ ୧୮ ଯାଏଁ କୋପ ୨୭ର ଆୟୋଜନ କରିବ ।

Show More

Related Articles

Back to top button