ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଆସନ୍ତା ୨୮ରେ ଅଯୋଧ୍ୟାରେ ପାଳିତ ହେବ ସ୍ୱର୍ଗତଃ ଲତା ମଙ୍ଗେସରକରଙ୍କ ଜନ୍ମଦିନ

ଆସନ୍ତା ୨୮ରେ ଅଯୋଧ୍ୟାରେ ପାଳିତ ହେବ ସ୍ୱର୍ଗତଃ ଲତା ମଙ୍ଗେସରକରଙ୍କ ଜନ୍ମଦିନ । ଏଥିପାଇଁ ଅଯୋଧ୍ୟାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହିଦିନ ଲତା ମଙ୍ଗେସକରଙ୍କ ନାମରେ ନାମିତ ହେବ ଅଯୋଧ୍ୟାର ମୂଖ୍ୟ ପ୍ରବେଶ ଦ୍ୱାର ନୟା ଘାଟ । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଅନଲାଇନରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବେ ।

ଲତାଙ୍କ ସମ୍ମାନାର୍ଥେ ୧୦ ଫୁଟ ଉଚ୍ଚତାର ଏକ ବିରାଟ ବୀଣା ମୂଖ୍ୟ ପ୍ରବେଶ ପଥରେ ଲଗାଯିବ ।ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ମୂର୍ତିକାର ରାମ ସୁତାର ଏହାକୁ ତିଆରି କରିଛନ୍ତି । ଅଯୋଧ୍ୟାର ପ୍ରମୁଖ ସନ୍ଥ, ସାଂସଦ ଏବଂ ବିଧାୟକ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହିବେ । ୨ ମାସ ସମୟ ଏବଂ ୭.୯ କୋଟି ବଜେଟରେ ମୂର୍ତି ତିଆରି ହୋଇଛି । ପ୍ରବେଶ ପଥର ପାଚେରୀରରେ ଲତାଙ୍କ ସହ ଜଡିତ କେତେକ ସ୍ମୃତି ଚିତ୍ରିତ କରାଯିବ ।

Show More

Related Articles

Back to top button