ଓଡ଼ିଶା

ଗତ ବୁଧବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡଧରଣର ଅଦଳ ବଦଳ କରିଛନ୍ତି

୨୦୧୫ ବ୍ୟାଚର ଆଇପିଏସ ଡ଼ା.ଶ୍ରବଣ ବିବେକ ପୂର୍ବରୁ ମାଲକାନଗିରି ଏସଡ଼ିପିଓ ଏବଂ ରାୟଗଡ଼ା ଏସପି ଭାବେ ଦାୟିତ୍ଵ ତୁଲାଇଛନ୍ତି

ବୁଧବାର ସନ୍ଧ୍ୟାରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡଧରଣର ଅଦଳ ବଦଳ କରିଛନ୍ତି।ରାୟଗଡା ଏସପି ଡ଼ା. ଶ୍ରବଣ ବିବେକ. ଏମଙ୍କୁ କଳାହାଣ୍ଡି ଏସ୍.ପି ଭାବେ ବଦଳି କରାଯାଇଛି।୨୦୧୫ ବ୍ୟାଚର ଆଇପିଏସ ଡ଼ା.ଶ୍ରବଣ ବିବେକ ପୂର୍ବରୁ ମାଲକାନଗିରି ଏସଡ଼ିପିଓ ଏବଂ ରାୟଗଡ଼ା ଏସପି ଭାବେ ଦାୟିତ୍ଵ ତୁଲାଇଛନ୍ତି।କଳାହାଣ୍ଡି ଏସପି ବାତ୍ତୁଲା ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି ଭାବେ ବଦଳି କରାଯାଇଛି।

ତେବେ ପଚାରିବାରୁ କଳାହାଣ୍ଡି ଏସପି କହିଛନ୍ତି ଯେ,କଳାହାଣ୍ଡି ଜିଲ୍ଲାର ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଓ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ନିଆଯିବ। ଏବଂ ତା ସହିତ ସାଇବର କ୍ରାଇମ୍ ରୋକିବା ଦିଗରେ ଅଧିକ ଫୋକସ କରାଯିବ।ପୂର୍ବ ଏସପିଙ୍କ ମାଓ ଅପରେସନକୁ ତ୍ଵରାନିତ କରାଯିବା ସହ ମାଓ କବଳରୁ କଳାହାଣ୍ଡି ଜିଲ୍ଲାକୁ ସୁରକ୍ଷିତ କରିବାପାଇଁ ପଦକ୍ଷେପ ନେବା ପ୍ରତି ପ୍ରାଥମିକତା ରହିବ ବୋଲି କହିଥିଲେ।

Show More

Related Articles

Back to top button