Breaking PLUSଦେଶମୁଖ୍ୟ ଖବର

ଶିମଲାରେ ଭୂସ୍ଖଳନ, ବିହାରର ଦୁଇ ଶ୍ରମିକଙ୍କ ମୃତ୍ୟୁ

ଶିମଲା- ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ବର୍ଷା-ବରଫପାତ ପରେ ଏବେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଷ୍ଟୋନ କ୍ରସରର ସେଲ୍ଟର ଉପରେ ପାହାଡରୁ ପଥର ଖସିଛି । ଏହି ସମୟରେ ସେଲ୍ଟରରେ ଶୋଇଥିବା ବିହାରର ଦୁଇଜଣ ଶ୍ରମିକ ଭୂସ୍ଖଳରେ ଦବିଯାଇଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଦୁଇଜଣ ଶ୍ରମିକଙ୍କ ମୃତଦେହ ବାହାର କରାଯାଇଛି । ଏହି ଅଘଟଣରୁ ସେଠାରେ ଥିବା 5ଜଣ ଅନ୍ୟ ଶ୍ରମିକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁଇ ମୃତକ ବିହାରର ସମସ୍ତିପୁର ଜିଲ୍ଲାର ଗୌରାୟେ ଗାଁର ବାସିନ୍ଦା ।
ପୋଲିସର ସୂଚନା ମୁତାବକ କ୍ରସରର ଶ୍ରମିକଙ୍କ ପାଇଁ ଗୋଟିଏ ସେଲ୍ଟର ନିର୍ମାଣ କରାଯାଇଥିଲା । ସେଠାରେ 7ଜଣ ଶ୍ରମିକ ରହୁଥିଲେ । ପାହାଡରୁ ବ୍ୟାପକ ଭୂସ୍ଖଳନ ହୋଇ ସେଲ୍ଟରକୁ ଧ୍ୱସ୍ତ କରିଛି । ମଙ୍ଗଳବାର ଭୋର 4ଟାରେ ହୋଇଥିବା ଏହି ଭୂସ୍ଖଳନ ଯୋଗୁ ଆତଙ୍କ ଖେଳିଯାଇଛି ।

Show More

Related Articles

Back to top button