Breaking PLUSଦେଶମୁଖ୍ୟ ଖବର

ମୌନୀ ଅମାବାସ୍ୟାରେ ବାରଣାସୀରେ ବୁଡ ଲଗାଇଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ

ବାରଣାସୀ- ମାଘମାସ କୃଷ୍ଣପକ୍ଷର ଅମାବାସ୍ୟା ମୌନୀ ଅମାବାସ୍ୟାରେ ଶୁକ୍ରବାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦୁର୍ଲଭ ସଂଯୋଗ ସର୍ବାର୍ଥ ସିଦ୍ଧି ଯୋଗରେ ପବିତ୍ର ଗଙ୍ଗାନଦୀରେ ମୌନ ରହି ପୁଣ୍ୟ ବୁଡ ପକାଇଛନ୍ତି । ଗଙ୍ଗାଘାଟରେ ଦାନ ପୁଣ୍ୟ ସହିତ କାଶୀ ପୁରାଧିପତି ଓ ମାଆ ଅନ୍ନପୂର୍ଣ୍ଣାଙ୍କ ଦରବାରରେ ପୂଜାର୍ଚ୍ଚନା କରିଛନ୍ତି ।
ମହାସ୍ନାନ ପର୍ବ ପରେ କାଶୀ ବିଶ୍ୱନାଥଙ୍କ ଦରବାରରେ ଦର୍ଶନ ଓ ପୂଜନ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଠିଆ ହୋଇଥିଲା । ମାଘ ମହାସ୍ନାନରେ ପବିତ୍ର ଗଙ୍ଗାରେ ବୁଡ ପକାଇବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ ଜମିଛି ।

Show More

Related Articles

Back to top button