ଜୀବନଚର୍ଯ୍ୟାମନୋରଞ୍ଜନସେଲିବ୍ରିଟି

‘Bhediya’ରେ ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଲେ କ୍ରିତି ସାନନ୍

‘ଭେଡିଆ’ରେ ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଲେ କ୍ରିତି ସାନନ୍ । ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଅଭିନେତା ବରୁଣ ଧାୱନଙ୍କ ଅପକମିଂ ଫିଲ୍ମ ‘ଭେଡିୟା’ । ଏହି ଫିଲ୍ମଟି ହରର ଏବଂ କମେଡିରେ ଭରପୂର ହୋଇଥିବାବେଳେ ନିକଟରେ ଏହି ଚଳଚ୍ଚିତ୍ରର ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ବରୁଣଙ୍କୁ ବହୁତ ବିପଦପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଥିଲା ​​। ବର୍ତ୍ତମାନ ଏହି ଚଳଚ୍ଚିତ୍ରରୁ କ୍ରିତି ସାନନଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି। ଫିଲ୍ମର ଘୋଷଣା ପରଠାରୁ ଦର୍ଶକମାନେ ଏହାକୁ ବହୁତ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।

ଉଭୟ କ୍ରିତି ସାନନ୍ ଏବଂ ବରୁଣ ଧାୱନ ଏହି ଫିଲ୍ମରୁ ଅଭିନେତ୍ରୀଙ୍କ ନୂଆ ଲୁକର ପୋଷ୍ଟର ସେୟାର କରିଛନ୍ତି। କ୍ରିତିଙ୍କୁ ଭେଡ଼ିଆରେ ଡାକ୍ତର ଅନିକା ଭୂମିକାରେ ନଜର ଆସିବେ। ତାଙ୍କର ଫାଷ୍ଟ ଲୁକ୍ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଡାକ୍ତର ଅନିକାଙ୍କୁ ଦେଖା କରନ୍ତୁ, ଭେଡିଆର ଡାକ୍ତର, ମଣିଷାମନେ ନିଜ ରିକ୍ସରେ ଦୟା କରି ଆସନ୍ତୁ।

ତେବେ କ୍ରିତି ସାନନଙ୍କ ଏହି ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ନିର୍ଦ୍ଦେଶକ ଅମର କୌଶିକଙ୍କ ନିର୍ଦ୍ଦେଶିତ ଫିଲ୍ମ ଭେଡ଼ିଆ ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଉଭୟ 3D ଏବଂ 2D ରେ ରିଲିଜ୍‌ ହେବ।

Show More

Related Articles

Back to top button