Breaking PLUSଦେଶମୁଖ୍ୟ ଖବର

ବିସର୍ଜନ ପରେ ଗଙ୍ଗାଘାଟରେ ଜୋରଦାର ସଫେଇ, କୋଲକାତା ପୋର୍ଟ ଟ୍ରଷ୍ଟ ବି ବଢାଇଲା ସହଯୋଗର ହାତ

କୋଲକାତା-ପଶ୍ଚିମବଙ୍ଗରେ ଭବ୍ୟ ଦୁର୍ଗା ପୂଜା ସରିଛି । ପୂଜାର୍ଚ୍ଚନା ପରେ ମାଆଙ୍କୁ ବିଦାୟ ଦିଆଯାଇଛି । ମଙ୍ଗଳବାର ବିସର୍ଜନର ପ୍ରଥମ ଦିନରେ ହଜାର ହଜାର ସଂଖ୍ୟାରେ ମୂର୍ତ୍ତି ବିସର୍ଜନ କୋଲକାତାର 24 ଗଙ୍ଗାଘାଟରେ କରାଯାଇଛି । ବିସର୍ଜନ ପରେ ରାତିସାରା ନଗର ନିଗମ ପକ୍ଷରୁ ଗଙ୍ଗାଘାଟର ସଫେଇ କରାଯାଇଛି । ନଗର ନିଗମ ସହ କୋଲକାତା ପୋର୍ଟ ଟ୍ରଷ୍ଟ ବି ସହଯୋଗର ହାତବଢାଇଛି । ନଦୀ ଭିତରୁ ମୂର୍ତ୍ତି ଅବଶେଷ ବାହାର କରିବା ନିମନ୍ତେ ତିନୋଟି ମେକାନାଇଜଡ ବୋଟ ମୁତୟନ କରାଯାଇଛି । ଏଥିରେ 4ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି ବୋଟରେ ପାଞ୍ଚ ଟନ୍ କ୍ଷମତା ବିଶିଷ୍ଟ ମାଉଣ୍ଟେଡ୍ କ୍ରେନ ଲଗାଯାଇଛି । ଏମାନଙ୍କ ସହ 20ଜଣ ଲୋକଙ୍କୁ ଗଙ୍ଗାନଦୀ ଭିତରୁ ମର୍ତ୍ତିର ଅବଶେଷ ବାହାର କରିବା ପାଇଁ ମଧ୍ୟ ନିୟୋଜିତ କରାଯାଇଛି । ବିସର୍ଜନ ପାଇଁ 4ଦିନ ଯାଏ ଏହି ଅଭିଯାନ ଜାରି ରହିବ ।

Show More

Related Articles

Back to top button