Breaking PLUSଅପରାଧଓଡ଼ିଶା

ଜଙ୍ଗଲରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗଡ଼ଦେଉଳିଆ ଗାଁ ନିକଟରେ ଥିବା ଆକାଶିଆ ଜଙ୍ଗଲର ଏକ ଗଛରୁ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅଧୀନସ୍ଥ ସହାଦା ଗାଁର ପାଗୁଲୁ ସିଂର ପୁଅ ଡୁମା ସିଂ। ସୂଚନା ଅନୁସାରେ, ମୃତ ଡ଼ୁମା ୨ ମାସ ଧରି ଗଡ଼ଦେଉଳିଆ ସ୍ଥିତ ନିଜ ଶଶୁର ଘରେ ରହି ଆସୁଥିଲେ। ବୁଧବାର ଅର୍ଥାତ୍ ଆଜି ସକାଳ ସମୟରେ ଶୌଚ ହେବାକୁ କହି ଘରୁ ବାହାରିଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ। ଏହା ପରେ ତାଙ୍କ ସ୍ତ୍ରୀ ମାମା ଓ ପରିବାର ଲୋକ ବହୁ ଖୋଜାଖୋଜି କଲାପରେ ଗ୍ରାମ ମଶାଣି ପାଖ ଜଙ୍ଗଲ ଭିତରେ ଗୋଟେ ଗଛରେ ଏକ ମୃତଦେହ ଝୁଲୁଥିବାର ଖବର ପାଇ ସେଠାରେ ପହଞ୍ଚି ଡ଼ୁମାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ପରେ ମୃତ ଯୁବକଙ୍କ ଶଳା ସନିଆ ସିଂ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେଲାପରେ ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Show More

Related Articles

Back to top button