Breaking PLUSଦେଶମୁଖ୍ୟ ଖବର

କୋଲକାତାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଇଲେକଟ୍ରୋନିକ୍ସ ହବ୍

କୋଲକାତା-ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଚାନ୍ଦିନୀଚୌକ ମାର୍କେଟରେ ରବିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ପ୍ରାୟ 15ଟି ଦମକଳ ଗାଡି 4ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ରାତି ପ୍ରାୟ 10ଟାରେ ନିଆଁକୁ କାବୁ କରାଯାଇଥିଲା । ତେବେ ଅଗ୍ନିକାଣ୍ଡ ଯୋଗୁ କେହି ମୃତାହତ ହୋଇନାହାନ୍ତି । ତେବେ ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଭସ୍ମୀଭୂତ ହୋଇଯାଇଛି ।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଇଲେକ୍ଟ୍ରୋନିକ୍ସ ଗୋଦାମରେ ନିଆଁ ଲାଗିଯାଇଥିଲା । ଗୋଦାମର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା ଏବଂ ଏହା ଚତୁର୍ଥ ମହଲା ଯାଏ ବ୍ୟାପିଯାଇଥିଲା । ପ୍ରଥମ ଦୁଇ ମହଲାରେ କମ୍ପ୍ୟୁଟର ପାର୍ଟ୍ସ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଥିଲା । ତେଣୁ ବିସ୍ଫୋରଣ ହେବା ସହ ନିଆଁ ଦ୍ରୁତଗତିରେ ବ୍ୟାପିଯାଇଥିଲା ।

ଏହାପୂର୍ବରୁ ସେପ୍ଟେମ୍ବର 18 ତାରିଖରେ ଦୁର୍ଗାପୁର ସିଟି ସେଣ୍ଟରରେ ନିଆଁ ଲାଗିଯାଇଥିଲା । ନିଆଁ ଯୋଗୁ ଏଠାରେ ଥିବା ଅନେକ ସରକାରୀ ଫାଇଳ ପୋଡି ଭସ୍ମୀଭୂତ ହୋଇଯାଇଥିଲା ।
ତେବେ ଚାନ୍ଦିନୀଚୌକ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ତେବେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ହବ୍ ହୋଇଥିବାରୁ ଏହା ପଛରେ ଷଡଯନ୍ତ୍ର ଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button