ଜୀବନଚର୍ଯ୍ୟାଦେଶ ବିଦେଶ

ରୋଷେଇ ଘରର ଜିନିଷ ମଧ୍ୟ ବଦଳାଇ ଦେବ ଭାଗ୍ୟ : ଥରେ ଆପଣାଇ ଦେଖନ୍ତୁ

ଭାରତୀୟ ଜୀବନଯାପନ ପ୍ରଣାଳୀ ବାସ୍ତୁଶାସ୍ତ୍ର ଉପରେ କିଛି ମାତ୍ରାରେ ନିର୍ଭର କରିଥାଏ l ବେଳେ ବେଳେ ଜୀବନରେ ମାନସିକ ଚାପ ବଢିବା ଦ୍ୱାରା ପଇସାର ଅଭାବ ମଧ୍ୟ ଦେଖା ଦେଇଥାଏ ,ଯେଉଁ କାରଣରୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ

ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ l ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟମଧ୍ୟ ବଦଳି ଯାଇପାରେ l କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ l

* ରୋଷେଇ ଘରର ସୁବୁଠୁ ମହତ୍ଵପୂର୍ଣ୍ଣ ଉପକରଣ ହେଉଛି ଗ୍ୟାସ ଚୁଲା ଏହାକୁ ରଖିବା ବେଳେ ଏହାର ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ l ଗ୍ୟାସ ଚୁଲାକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେମିତିକି ଖାଦ୍ୟ ପ୍ରସ୍ତୁଇଟ କରୁଥିବା ସମୟରେ ଆମେ ସହଜରେ ରୋଷେଇ ଘରର ଦୁଆର ମୁହଁକୁ ଦେଖି ପାରୁଥିବା l ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଜୀବନରେ ମାନସିକ ଚାପ ଦୂର ହୋଇଥାଏ l

* ଯଦି ଆପଣ ରୋଷେଇ ଘରେ ମାଇକ୍ରୋ ଓ଼ଭେନ ଏହାକୁ ଦକ୍ଷିଣ ଦିଗରେ ରଖିବା ଆବଶ୍ୟକ l ମାନ୍ୟତା ରହିଛି ଏଭଳି କରିବା ଦ୍ୱାରା ଜୀବନରେ ସକାରାତ୍ମକ ଭାବନା ଆସିଥାଏ ଓ ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଠିକ ରହିଥାଏ l

* ବାସ୍ତୁଶାସ୍ତ୍ରରେ ଫ୍ରୀଜ୍ କୁ ଦକ୍ଷିଣ ଦିଗରେ ରଖିବେ ନାହିଁ ଅନ୍ୟଥା ଏଥିରେ ରଖୁଥିବା ବସ୍ତୁକୁ ପ୍ରୟୋଗ କଲେ ଶରୀର ଉପରେ ପ୍ରଭାବ ପକାଇବା l କାରଣ ଦକ୍ଷିଣ ଦିଗ ହେଉଛି ଅଗ୍ନିଙ୍କ କୋଣ ଓ ଏଭଳି ରଖିବା ଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆସିବା l

* ଵାସ୍ତୁ ଦୋଷ ଯଦି ଆପଣଙ୍କ ରୋଷେଇ ଘରେ ରହିଛି ପଞ୍ଚ ରତ୍ନ ନେଇ ଗୋଟିଏ ତମ୍ବାର କଳସରେ ପକାଇ ଐଶାନ୍ୟ କୋଣରେ ସ୍ଥାପନ କରନ୍ତୁ ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଵାସ୍ତୁ ଦୋଷ ସମାପ୍ତ ହୋଇଯାଇଥାଏ l ରୋଷେଇ ଘରେ କୃଷ୍ଣଙ୍କର ଲହୁଣୀ ଖାଉଥିବା ଫଟ ଲଗାଇବା ଅତ୍ୟନ୍ତରେ ଉତ୍ତମ ଅଟେ ,ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଧନର ଅଭାବ ଦୂର ହୋଇଥାଏ l

Show More

Related Articles

Back to top button