ମନୋରଞ୍ଜନ

ଆଡଭାନ୍ସ ବୁକିଂରେ ରେକର୍ଡ କଲା KGF: Chapter 2

ହିନ୍ଦୀ ଭର୍ସନରେ RRRକୁ ପଛରେ ପକାଇଲା

ୟଶ ଷ୍ଟାରର ଫିଲ୍ମ KGF: Chapter 2 ରିଲିଜ୍ ପୂର୍ବରୁ ହିଁ ଧମାକା କରିଛି। ଫିଲ୍ମର ଆଡଭାନ୍ସ ବୁକିଂ ଆରଆରଆରକୁ ପଛରେ ପକାଇ ଦେଇଛି। କେଜିଏଫର ଦ୍ଵିତୀୟ ପାର୍ଟକୁ ନେଇ ଦକ୍ଷିଣ ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ପୂର୍ବରୁ ଜବରଦସ୍ତ ଉତ୍ସାହ ଥିଲା। ଏବେ ଉତ୍ତର ଭାରତରେ ଏହାର କ୍ରେଜ ଦେଖିବାକୁ ମିଳିଛି। KGF: Chapter 1କୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମଟି ୨୦୧୮ ଡିସେମ୍ବରରେ ରିଲିଜ୍ ହୋଇଥିଲା। ସେହି ସମୟରୁ ଦର୍ଶକ ଦ୍ଵିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଫିଲ୍ମ ଏପ୍ରିଲ ୧୪ରେ ସିନେମାଘରକୁ ଆସୁଛି। ଏ ପର୍ଯ୍ୟନ୍ତ ହିନ୍ଦୀ ଭର୍ସନରେ ଫିଲ୍ମଟି ମୋଟ୍ ୧୧ କୋଟି ଏବଂ ମୋଟାମୋଟି ୨୦ କୋଟି ଟିକେଟ୍ ବୁକିଂ ହୋଇ ସାରିଛି। ସଂପ୍ରତି ସମଗ୍ର ଦେଶରେ ସାଉଥ ଫିଲ୍ମର ଲୋକପ୍ରିୟତା ବଢିବାରେ ଲାଗିଛି। ପୁଷ୍ପା, ଆରଆରଆର ପରେ କେଜିଏଫ ମଧ୍ୟ ବକ୍ସ ଅଫିସରେ ନୂତନ ରେକର୍ଡ କରିବାକୁ ଯାଉଥିବା ଦେଖିବାକୁ ମିଳିଲାଣି।

ୟଶ ଷ୍ଟାରର କନ୍ନଡ ଫିଲ୍ମ କେଜିଏଫ-୨ ରାମଚରଣ ଏବଂ ଜୁନିୟର ଏନଟିଆରଙ୍କ ଆରଆରଆରର ଆଡଭାନ୍ସ ବୁକିଂର ରେକର୍ଡ ଭାଙ୍ଗି ଦେଇଛି। ହିନ୍ଦୀ ଭର୍ସନର ୧୧ କୋଟିର ଟିକେଟ୍ ବିକ୍ରି ହୋଇ ସାରିଛି। ଅନ୍ୟପଟେ ଆରଆରଆର ଆଡଭାନ୍ସ ବୁକିଂରେ ୫ କୋଟି ଟଙ୍କା ଆୟ ହୋଇଥିଲା। ଟ୍ରେଡ ଆନାଲିଷ୍ଟଙ୍କ ଅନୁସାରେ କେଜିଏଫର ମୋଟ୍ ୨୦ କୋଟି ଟିକେଟ୍ ବିକ୍ରି ହୋଇ ସାରିଛି। ତରଣ ଆଦର୍ଶ ମଧ୍ୟ ଫିଲ୍ମର ଆଡଭାନ୍ସ ବୁକିଂ ଅର୍ଥାତ ଅଗ୍ରୀମ ଟିକେଟ୍ ବିକ୍ରି ଉପରେ ଟୁଇଟ୍ କରିଛନ୍ତି। ସେ ଫିଲ୍ମକୁ ଝଡ ବୋଲି ଦର୍ଶାଇଛନ୍ତି। କେଜିଏଫର ନିର୍ଦ୍ଦେଶକ ହେଉଛନ୍ତି ପ୍ରଶାନ୍ତ ନିଲ୍। ଏହା ୨୦୧୮ର ହିଟ୍ ଫିଲ୍ମ କେଜିଏଫ- ଚାପ୍ଟର ୧ର ସିକ୍ଵେଲ।

Show More

Related Articles

Back to top button