ମନୋରଞ୍ଜନ

ହଲରେ ଧମାଲ୍ କରୁଛି କେଜିଏଫ୍-୨

ଆସିବ KGF ପାର୍ଟ-୩

ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଚଳଚ୍ଚିତ୍ର କେଜିଏଫ୍‌ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସୁପରଷ୍ଟାର ତଥା ରକିଂ ଷ୍ଟାର୍ ୟଶଙ୍କ ଫିଲ୍ମ ସିନେମା ଘରେ ଧମାଲ୍‌ କରୁଛି । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଦେଖାଯାଉଛି । ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ପ୍ରଶଂସକମାନେ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ପସନ୍ଦ କରୁଛନ୍ତି । ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ବଡ ଏବଂ ଖୁସି ଖବର ଆସିଛି । ୟଶଙ୍କ ‘KGF ପାର୍ଟ-୨ ପରେ, ପାର୍ଟ ୩’ ଆସିବାର ସୂଚନା ମଧ୍ୟ ମିଳିଛି । ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍-୩ ପାଇଁ କାମ କରୁଛନ୍ତି।କହିବାକୁ ଗଲେ କେଜିଏଫ୍‌ ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ​​ଏବଂ ଏହା ପରେ ୨୦୨୨ମସିହାରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି। ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଶାନ୍ତ ନୀଲଙ୍କୁ ଏହାରି ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଏତେ ଜଲଦୀ ଏ ବିଷୟରେ କହିବା ଠିକ୍‌ ହେବ ନାହିଁ । ଯଦି ଲୋକମାନେ କେଜିଏଫ୍‌-୨କୁ ପସନ୍ଦ କରୁଛନ୍ତି। ତାହାଲେ ଆମେ ଫ୍ରାଞ୍ଚାଇଜ୍‌କୁ ଜାରି ରଖିବାକୁ ଚିନ୍ତା କରିପାରିବୁ ।

ଗୋଟିଏ ପଟେ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ଫିଲ୍ମର ତୃତୀୟ ଭାଗ ବିଷୟରେ କହିଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ହେଲେ କୁହାଯାଉଛି କି ‘କେଜିଏଫ୍-୩’ରେ ଆମେରିକା-ଇଣ୍ଡୋନେସିଆ ସମେତ ୧୬ଟି ଦେଶରେ ଅପରାଧର କାହାଣୀ ଦେଖାଯିବ । ମିଡିଆ ରିପୋର୍ଟ ଅନୁଯାୟୀ, କେଜିଏଫର ପ୍ରଥମ ଭାଗ ପାଇଁ ୟଶ ୧୫ କୋଟି ଟଙ୍କା ନେଇଥିବା ବେଲେ ଦ୍ବିତୀୟ ଭାଗ ପାଇଁ ୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ତେବେ ୟଶ ମୋଟ ୨୫ କୋଟି ଟଙ୍କା ନେଇଛନ୍ତି । ସଞ୍ଜୟ ଦତ୍ତ ଆଦିରାଙ୍କ ଚରିତ୍ର ପାଇଁ ୯ କୋଟି ଟଙ୍କା ଆଦାୟ କରିଛନ୍ତି। ଅନ୍ୟପକ୍ଷରେ, ଯଦି ଆମେ ଶ୍ରୀନିଦ୍ଧି ଏହି ଫିଲ୍ମ ପାଇଁ ୩କୋଟି ଟଙ୍କା ନେଇଛନ୍ତି। ଅନ୍ୟପଟେ ରବିନା ଟଣ୍ଡନ୍ ଫିଲ୍ମ ପାଇଁ ୧.୫କୋଟି ଟଙ୍କା ନେଇଛନ୍ତି।

Show More

Related Articles

Back to top button