Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲିଠୁ ଖୋଲିବ ଘଟଗାଁର ମା’ ତାରିଣୀଙ୍କ ପୀଠ

ଆସନ୍ତାକାଲିଠୁ ଖୋଲିବ ଘଟଗାଁର ମା' ତାରିଣୀଙ୍କ ପୀଠ। ଦୀର୍ଘ ୧୦ ମାସ ପରେ ମନ୍ଦିର ଖୋଲୁ ଥିବାରୁ ପ୍ରଥମେ ପୂଜକଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ସୁଯୋଗ ଦିଆଯିବ। ଏହାପରେ ସାଧାରଣ ଲୋକ ମା'ଙ୍କ ଦର୍ଶନ କରିପାରିବେ।

ଆସନ୍ତାକାଲିଠୁ ଖୋଲିବ ଘଟଗାଁର ମା’ ତାରିଣୀଙ୍କ ପୀଠ। ଦୀର୍ଘ ୧୦ ମାସ ପରେ ମନ୍ଦିର ଖୋଲୁ ଥିବାରୁ ପ୍ରଥମେ ପୂଜକଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ସୁଯୋଗ ଦିଆଯିବ। ଏହାପରେ ସାଧାରଣ ଲୋକ ମା’ଙ୍କ ଦର୍ଶନ କରିପାରିବେ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଅନୁସାରେ ଏକ ସମୟରେ ମନ୍ଦିର ବେଢ଼ା ଭିତରେ ୨୫ରୁ ୩୦ ଜଣ ଭକ୍ତ ଉପସ୍ଥିତ ରହି ଦର୍ଶନ କରିପାରିବେ। ସେହିପରି ମନ୍ଦିର ଭିତରେ ଭୋଗ ଲାଗି ବାରଣ ରହିଛି। ସରକାରଙ୍କ COVID19 ନିୟମ ଅନୁଯାୟୀ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ।ମନ୍ଦିର ଭିତରକୁ ୧୦ ବର୍ଷରୁ କମ୍‌ ବୟସର ପିଲା ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ପାର୍ସଲ ଓ ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମା’ଙ୍କର ସକାଳ ଆଳତୀ, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀରେ କୌଣସି ଭକ୍ତ ଉପସ୍ଥିତ ରହିବେ ।

Show More

Related Articles

Back to top button