Breaking PLUSଓଡ଼ିଶାମୁଖ୍ୟ ଖବର

ବାପ-ପୁଅଙ୍କ ପରେ ଚାଲିଗଲେ ଦାଦା

ଭୁବନେଶ୍ୱର/କେନ୍ଦୁଝର, 23 ଫେବୃଆରୀ – କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ୨୦ ନଂ ଜାତୀୟ ରାଜପଥରେ ଏକ ରଡ଼ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଗାଁରେ ସମ୍ପର୍କୀୟ ଦାଦା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏହି ଖବର ଗାଁରେ ପହଞ୍ଚିବା ପରେ (ବାରିଗାଁ ରେ ) ପୁଅର ଦାଦା ସମରା ମୁଣ୍ଡା ହୃହଘାତରେ ସେଇଠାରେ ଟଳି ପଡ଼ିଥିଲେ । ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ-20କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

Show More

Related Articles

Back to top button