Breaking PLUSଓଡ଼ିଶାମୁଖ୍ୟ ଖବର

ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର/ ଭଦ୍ରକ, 23 ଫେବୃଆରୀ – ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଶାସନ ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅଭୟ ପଣ୍ଡାଙ୍କ ପୁଅ ଅଭିଷେକ ପଣ୍ଡା । ସେ ନିଜ ମାଉସୀ ଘର ଧାମନଗର ସ୍ଥିତ ଜାହାଙ୍ଗୀର ଶାସନ ଗ୍ରାମରେ ରହି ଦଶମ ଶ୍ରେଣୀର ପାଠ ପଢ଼ୁଥିଲେ। ସେ ଇଂରାଜୀ ପରୀକ୍ଷା ପୂର୍ବରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ କାହିଁକି ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡୁନାହିଁ । ତେବେ ଘଟଣାସ୍ଥଳରେ ଧାମନଗର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସର ତଦନ୍ତ ପରେ ସଠିକ୍ ସୂଚନା ମିଳିପାରିବ।

Show More

Related Articles

Back to top button