କେନ୍ଦ୍ରାପଡା ରସାବଳୀକୁ ଜିଆଇ ମାନ୍ୟତା

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା । ଏ ନେଇ ବହୁ ଦିନରୁ ଦାବି ହୋଇ ଆସୁଥିଲା। ୨୦୨୦ରେ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲା କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ। ମାନ ଓ ଗୁଣବତ୍ତା ଯାଞ୍ଚ ପରେ ଏହି ସ୍ୱୀକୃତି ମିଳିଛି।
କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି। ଏହି ଅବସରରେ ସେ ସମଗ୍ର ଓଡ଼ିଶାବାସୀ, ଜିଲ୍ଲା ପ୍ରଶାସନ ବିଶେଷ କରି କେନ୍ଦ୍ରାପଡ଼ାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ। ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି। ଏହି ଅବସରରେ ସମଗ୍ର ଓଡ଼ିଶାବାସୀ, ଜିଲ୍ଲା ପ୍ରଶାସନ ବିଶେଷ କରି କେନ୍ଦ୍ରାପଡ଼ାବାସୀଙ୍କୁ ମୋର ଶୁଭେଚ୍ଛା। pic.twitter.com/a2uNLJLoA1
— Naveen Patnaik (@Naveen_Odisha) October 3, 2023