ମନୋରଞ୍ଜନ

ପିଙ୍କ୍ ମାସ୍କକୁ ‘ନେସନାଲ୍ ମାସ୍କ କଲର୍’ କରିବାକୁ ଫ୍ୟାନ୍ସଙ୍କୁ ଆବେଦନ କଲେ କାର୍ତ୍ତିକ୍ ଆରୟାନ୍

ବଲିଉଡ ଅଭିନେତା କାର୍ତ୍ତିକ ଆରୟାନ୍ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଏବଂ ସେ ପ୍ରତିଦିନ ଫିଟନେସ୍ ଏବଂ ସାମାଜିକ ପ୍ରସଙ୍ଗରେ ନିଜର ମତ ରଖିଥାନ୍ତି।

ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ସେଲଫି ସେୟାର କରିଛନ୍ତି ଯେଉଁଥିରେ ସେ ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଏହି ଫଟୋରେ ସେ ଏକ ଧଳା ହୁଡି ଏବଂ ଗୋଲାପି ରଙ୍ଗର ସର୍ଜିକାଲ୍ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି।ଏହି ସମୟରେ କାର୍ତ୍ତିକ ତାଙ୍କ ପ୍ରଶଂସକମାନଙ୍କୁ କରୋନା ମହାମାରୀରେ ମାସ୍କର ମହତ୍ତ୍ୱ ବୁଝାଇଛନ୍ତି ଏବଂ ଏହା ସହିତ ଏକ ଇଣ୍ଟ୍ରେଷ୍ଟିଂ ଆବେଦନ ମଧ୍ୟ କରିଛନ୍ତି । ଗୋଲାପୀ ରଙ୍ଗର ସର୍ଜିକାଲ୍ ମାସ୍କ ପିନ୍ଧି କାର୍ତ୍ତିକ କହିଛନ୍ତି ଯେ ସେ ଗୋଲାପୀ ରଙ୍ଗକୁ ମାସ୍କର ଜାତୀୟ ରଙ୍ଗ କରିବାକୁ ଚାହୁଁଛନ୍ତି ।

କାର୍ତ୍ତିକଙ୍କ ଏହି ଆବେଦନକୁ ଅଭିନେତ୍ରୀ ଭୁମି ପେଡନେକରଙ୍କ ସମେତ ଅନେକ ସେଲିବ୍ରେଟ୍ ଆଉ ସେମାନଙ୍କ ପ୍ରଶଂସକ ସମର୍ଥନ କରିଛନ୍ତି।ଆରଜେ ଏବଂ ଅଭିନେତ୍ରୀ ଅର୍ଚ୍ଚନା ପାନିଆ ଶର୍ମା ମଧ୍ୟ ଇମୋଜି କମେଣ୍ଟ ଦେଇ କାର୍ତ୍ତିକଙ୍କ ଏହି ବାର୍ତ୍ତାକୁ ସମର୍ଥନ କରିଛନ୍ତି । ଏଥି ସହିତ, କାର୍ତ୍ତିକଙ୍କ ଏହି ବାର୍ତ୍ତାରେ ଜଣେ ୟୁଜର୍ ଲେଖିଛନ୍ତି ଯେ ଆମକୁ ଏହିପରି ଅନେକ ଲୋକ ଦରକାର । ଅଭିନେତାଙ୍କ ଏହି ପୋଷ୍ଟକୁ ନେଟିଜେନ୍ସ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି ।

Show More

Related Articles

Back to top button