Breaking PLUSଦେଶ ବିଦେଶମୁଖ୍ୟ ଖବରଶିକ୍ଷା

ଦିଲ୍ଲୀରେ ବଢିବାରେ ଲାଗିଛି କରୋନା

ଦିଲ୍ଲୀରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ।

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା । କିଛି ଛାତ୍ର ସ୍କୁଲରେ କରୋନା ପଜିଟିଭ୍‌ ବୋଲି ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ନୂଆ ଗାଇଡଲାଇନ ଆଣିଛନ୍ତି ଦିଲ୍ଲୀ ସରକାର । ଗାଇଡଲାଇନ ଅନୁସାରେ ଯଦି ସ୍କୁଲରେ ଜଣେ ମଧ୍ୟ ପିଲା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ସ୍କୁଲକୁ ବନ୍ଦ କରିଦିଆଯିବ । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଯଦି ଗୋଟିଏ ମଧ୍ୟ ପଜିଟିଭ୍‌ ରିପୋର୍ଟ ଆସୁଛି ତେବେ, ତୁରନ୍ତ DOEକୁ ଏହାର ସୂଚନା ଦିଆଯିବ । ବିଦ୍ୟାଳୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମିତ ରୂପରେ ସାବୁନରେ ହାତ ଧୋଇବା ଆଦି ବାଧ୍ୟତାମୂଳକ ।ତେବେ ଏହି ନିୟମକୁ କଡ଼ାକଡ଼ା ଭାବେ କରାଯାଇଛି ଏବଂ କୋଭିଡର ସମସ୍ତ ଗାଇଡଲାଇନ ମାନିବାକୁ ପ୍ରତ୍ୟେକ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ତେବେ ମାମଲା ବଢ଼ିବା ପୂର୍ବରୁ ଏହାର ପ୍ରତିରୋଧ କରିବାକୁ ଦିଲ୍ଲୀ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ । ସୂଚନାଯୋଗ୍ୟ ଥମି ଯାଇଥିବା କରୋନାର ଲହର ପୁଣିଥରେ ମୁଣ୍ଡ ଟେକିଛି । ଏଥିରୁ ବଞ୍ଚିବା ପାଇଁ ହେଲେ ସରକାରଙ୍କ ନିୟମ ଗାଇଡଲାଇନ ମାନିବା ସହିତ ନିଜେ ସତର୍କ ରହିବା ନିହାତି ଜରୁରୀ ।

Show More

Related Articles

Back to top button