Breaking PLUSବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଭାଙ୍ଗିଗଲା କଙ୍ଗନାଙ୍କ ସ୍ୱପ୍ନ

ଭାଙ୍ଗି ରୁଜି ଚୁନମାର ହେଇଗଲା କଙ୍ଗନାଙ୍କ ସ୍ୱପ୍ନ। ଉନ୍ନତ ଶୈଳୀରେ ଫିଲ୍ମ ‘ଧାକଡ’ର ସୁଟିଂ କରିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଆଶା ରଖିଥିଲେ କଙ୍ଗନା। ହେଲେ ଏବେ ତାଙ୍କ ଆଶା ଆଶାରେ ହିଁ ରହିଗଲା। ଫିଲ୍ମଟି ରିଲିଜର ୪ଦିନ ପରେ ଅନ୍ୟ ଫିଲ୍ମର ରେକର୍ଡ ଭାଙ୍ଗିବା ତ ଦୂରର କଥା ନିଜେ ଏକ ରେକର୍ଡ ସୃଷ୍ଟି କରିପାରିନାହିଁ। ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। କଙ୍ଗନାଙ୍କୁ ଭିନ୍ନ ଅବତାରରେ ଦେଖି ଦର୍ଶକ ଫିଲ୍ମକୁ ଦେଖିବାକୁ ଅନାଇ ବସିଥିଲେ। ରିଲିଜ୍ ପରେ ଫିଲ୍ମଟି ବକ୍ସ ଅଫିସରେ ରାଜ୍ କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ରିଲିଜ୍ ହେଲା ପରେ ଫିଲ୍ମଟି ଫ୍ଲପ୍ ହୋଇଛି। ଆଶା ଅନୁସାରେ ଫିଲ୍ମଟି ଆୟ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧.୨ କୋଟି ଆୟ କରିଥିବା ବେଳେ ଶନିବାର ଦିନ ଏହି ଚଳଚ୍ଚିତ୍ର ୧.୦୫ କୋଟି ଟଙ୍କା ଆୟ କରିଥିଲା ​। ହେଲେ ରବିବାର ଆୟ ବଢ଼ିବା ପରିବର୍ତ୍ତେ ‘ଧାକଡ’ର ଆୟ ହ୍ରାସ ପାଇଥିଲା।

Show More

Related Articles

Back to top button