ଆଉ ପ୍ରସାରଣ ହେବନି କଙ୍ଗନା ରଣାୱତଙ୍କ ‘ଲକ୍ ଅପ୍’
ରୋକ୍ ଲଗାଇଛନ୍ତି ହାଇଦ୍ରାବାଦର କୋର୍ଟ

ଆଉ ପ୍ରସାରଣ ହେବନି କଙ୍ଗନା ରଣାୱତଙ୍କ ‘ଲକ୍ ଅପ୍’ । ଏକତା କପୁରଙ୍କ ଶୋ’ ଲକ୍ ଅପ୍ ଉପରେ ଲାଗିଲା ରୋକ୍ । ଏହି ରୋକ୍ ଲଗାଇଛନ୍ତି ହାଇଦ୍ରାବାଦର କୋର୍ଟ । ଏକତା କପୁରଙ୍କ ଉପରେ କପି ରାଇଟ୍ ଉଲଂଘନ କରିବା ନେଇ ଅଭିଯୋଗ ପରେ ଏଭଳି ନିର୍ଦ୍ଦେଶ ହୋଇଛି ।
ସୂଚନା ମୁତାବକ, କଙ୍ଗନା ରାଣାୱତଙ୍କ ଦ୍ୱାରା ହୋଷ୍ଟିଂ ରିଆଲିଟି ଶୋ’ ଲକ୍ ଅପ୍ ଏବେ ଅନେକ କାରଣ ଯୋଗୁଁ ବେଶ୍ ଚର୍ଚ୍ଚାରେ ରହିଥିବାବେଳେ ଅଭିଯୋଗକାରୀ ପ୍ରାଇଡ୍ ମିଡିଆର ଚେୟାରମ୍ୟାନ୍ ସନୋବର ବେଗ୍ କହିଛନ୍ତି, ହାଇଦ୍ରାବାଦର ସିଟି ସିଭିଲ କୋର୍ଟ ଏକତା କପୁରଙ୍କ ରିଆଲିଟି ଶୋ’ ଲକ୍ ଅପ୍ ସମସ୍ତ ପ୍ଲାଟଫର୍ମରେ ଷ୍ଟ୍ରିମ କରିବା ଉପରେ ରୋକ୍ ଲଗାଯାଇଛି । ଏନେଇ ତାଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା । କିନ୍ତୁ ସେ ଶୋ’ ବନ୍ଦ କରିବା ପରିବର୍ତ୍ତେ ଜାରି ରଖିଛନ୍ତି । ପିଟିସନ କର୍ତ୍ତାଙ୍କ ଓକିଲ ଜଗଦୀଶ୍ୱର ରାଓ କହିଛନ୍ତି ଯେ, ସେ କୋର୍ଟଙ୍କ ନିର୍ଦ୍ଦେଶକ ପାଳନ କରୁନାହାଁନ୍ତି । ଆଦେଶକୁ ଉଲଂଘନ କରୁଛନ୍ତି ।
ସେହିପରି ପ୍ରାଇଡ୍ ମିଡିଆର ସନୋବର ବେଗଙ୍କ ପକ୍ଷରୁ ପିଟିସନକାରୀ କହିଛନ୍ତି- ଦ ଜେଲ ନାମକ ଏହି କନସେପ୍ଟ ତାଙ୍କର ଥିଲା । ଦ ଜେଲ ଶୋ’ ତିଆରି କରିବାକୁ ସେ ଦୀର୍ଘ ଦିନ ହେଲାଣି ପ୍ଲାନ୍ କରୁଥିଲେ । କିନ୍ତୁ ଲକଡାଉନ୍ ଯୋଗୁଁ ବିଳମ୍ବ ହୋଇଥିଲା । ଏଥିରେ ୨୨ ଜଣ ସେଲିବ୍ରିଟିଙ୍କୁ ୧୦୦ ଦିନ ଯାଏଁ ଏକାଠି ରଖିବା ପାଇଁ ସିପ୍ଟ ମଧ୍ୟ ତିଆରି ହୋଇଥିଲା । କିନ୍ତୁ ଏହା ଚୋରି ହୋଇଛି । ସେ ନିଜର ଏହି ଆଇଡିଆକୁ ଏଣ୍ଡୋମୋଲ ମାଇନର ଅଭିଷେକ ରେଗେଙ୍କ ସହ ସେୟାର କରିଥିଲେ ଓ ଏବେ ଅଭିଷେକ ତାଙ୍କୁ ଧୋକା ଦେଇଛନ୍ତି ।