Breaking PLUSଦେଶ ବିଦେଶମୁଖ୍ୟ ଖବର

ବୃଦ୍ଧି ପାଇଲା ସନଫ୍ଲାଓ୍ୱାର ତେଲ ଦର

ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁଁ ସାରା ବିଶ୍ୱ ପ୍ରଭାବିତ ହୋଇଛି ।

ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବଜାରରେ ଖାଇବା ତେଲ ଯୋଗାଣ ସମାନ ସ୍ଥିତି ଦେଇ ଗତି କରୁଛି । ଯୁଦ୍ଧ ପୂର୍ବରୁ ୟୁକ୍ରେନ୍, ସୂର୍ଯ୍ୟମୁଖୀ ତେଲର ସବୁଠାରୁ ବଡ଼ ରପ୍ତାନୀକାରୀ ରାଷ୍ଟ୍ର ଥିଲା । ହେଲେ ଏବେ ୟୁକ୍ରେନ ଧ୍ୱସଂବିଧ୍ୱସଂ ହେବା ପରେ ତେଲ ଯୋଗାଣ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଉ ପୁରୁଣା ଷ୍ଟକ ଗୁଡ଼ିକର ମୂଲ୍ୟ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ଦର ବୃଦ୍ଧି ଯୋଗୁଁ ତୈଳ ଆମଦାନୀ କରୁଥିବା କମ୍ପାନୀମାନେ ପୂର୍ବଭଳି ଆଉ ତେଲ ଉଠାଉ ନାହାନ୍ତି । ଯାହା ଫଳରେ ବଜାରରେ ଏକପ୍ରକାର ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖା ଦେଇଛି । ଗ୍ରୀସ୍, ସ୍ପେନ୍, ତୁର୍କୀ ଓ ବେଲଜିୟମ ଭଳି ଦେଶଗୁଡ଼ିକରେ ଖାଇବା ତେଲ ଆମଦାନୀ କରୁଥିବା ସୁପର ମାର୍କେଟ୍ ଗୁଡ଼ିକ ତେଲ ଆମଦାନୀ କମାଇ ଦେଇଛନ୍ତି । ଇଣ୍ଡୋନେସିଆରୁ ସନଫ୍ଲାୱାର ତେଲର ରପ୍ତାନୀ ବାଧାପ୍ରାପ୍ତ ହେବାରୁ ଇଷ୍ଟ ଆଫ୍ରିକା ଦେଶ ଗୁଡ଼ିକରେ ଖାଦ୍ୟ ସଂକଟ ଆହୁରି ଖରାପ ହେବାରେ ଲାଗିଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁଁ ସାରା ବିଶ୍ୱ ପ୍ରଭାବିତ ହୋଇଛି । ବିଶେଷ କରି ୟୁକ୍ରେନର ସହର, ଘର, ଡାକ୍ତରଖାନା ଓ ସ୍କୁଲ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ଏହି ଯୁଦ୍ଧ ସେଠାରେ କୃଷିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଫସଲ୍ ଅମଳ ମଧ୍ୟ ଠପ୍ ପଡ଼ିଯାଇଛି । ୟୁକ୍ରେନ୍ ଓ ରୁଷ୍ ମିଳିତ ଭାବେ ୭୫ ପ୍ରତିଶତ ସନଫ୍ଲାୱାର୍ ବିହନ ଉତ୍ପାଦନ କରନ୍ତି । କିନ୍ତୁ ଯୁଦ୍ଧ ଯୋଗୁ ରୋପଣ, ଉତ୍ପାଦନ ଓ ବାଣିଜ୍ୟ କମିଥିବା ବେଳେ ଦ୍ରବ୍ୟର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ କହିଥିଲା । ଭାରତ ମଧ୍ୟ ୟୁକ୍ରେନରୁ ବହୁ ପରିମାଣରେ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ । କିନ୍ତୁ ଏବେ ତୈଳ ଯୋଗାଣରେ ବାଧାପ୍ରାପ୍ତ ହେବାରୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

Show More

Related Articles

Back to top button