ମନୋରଞ୍ଜନ

ଆସନ୍ତା ବର୍ଷ ରିଲିଜ୍ ହେବ କଙ୍ଗନା ରଣାଓ୍ୱତଙ୍କ ଫିଲ୍ମ ‘ତେଜସ୍’

ଆସନ୍ତା ବର୍ଷ ସାରା ଦେଶର ସିନେମାଘରେ ମୁକ୍ତିଲାଭ କରିବ ଫିଲ୍ମ ‘ତେଜସ୍’ । ଫିଲ୍ମର ରିଲିଜ୍ ପାଇଁ ପ୍ରଯୋଜକ ସଂସ୍ଥା ଦେଶର ସବୁଠୁ ଶୁଭମୁହୂର୍ତ୍ତର ଚୟନ କରିଛି । ସଶସ୍ତ୍ର ବଳର ବହାଦୂର ଯବାନଙ୍କୁ ସମ୍ମାନ କରି ଟିମ୍ ତେଜସ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହି ଫିଲ୍ମ ଆଗାମୀ ବର୍ଷ ଦଶହରା ଅବସରରେ ୫ ଅକ୍ଟୋବର ୨୦୨୨ରେ ରିଲିଜ୍ କରାଯିବ ।

ଏହାକୁ ନେଇ ଫିଲ୍ମର ଟିମ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି । ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ, ଆପଣଙ୍କ ପାଇଁ ଏପରି ଜଣେ ମହିଳାଙ୍କ ପ୍ରେରଣା କାହାଣୀକୁ ନେଇ ଆସୁଛୁ, ଯିଏ ଆକାଶରେ ରାଜ୍ କରିବାକୁ ଚୟନ କରିଛି । ଏଥିସହ ଏହି ଫିଲ୍ମ ଭାରତୀୟ ବାୟୁସେନା ପାଇଁ ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି ପୋଷ୍ଟରେ ଲେଖାହୋଇଛି । ସର୍ବେଶ ମେଓ୍ୱାଡା ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ସହ କଙ୍ଗନା ରଣାଓ୍ୱତ ଅଭିନୀତି ତେଜସ୍, ଫିଲ୍ମ ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ ପରେ ଆରଏସବିପିର ଭାରତୀୟ ସଶସ୍ତ୍ର ବଳ ଉପରେ ଦ୍ୱିତୀୟ ଫିଲ୍ମ ନିର୍ମାଣ କରୁଛି ।

ଏହି ଫିଲ୍ମରେ ବଲିଉଡ୍ କୁଇନ୍ କଙ୍ଗନା ରଣାଓ୍ୱତ ବାୟୁସେନା ପାଇଲଟ୍ ତେଜସ୍ ଗିଲଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କଙ୍ଗନା ମଧ୍ୟ ଏହି ଫିଲ୍ମକୁ ନେଇ ନିଜେ ଖୁବ୍ ଉତ୍ସାହିତ ଅଛନ୍ତି । ଅଭିନେତ୍ରୀ କଙ୍ଗନା ତେଜସ୍ ପୂର୍ବରୁ ନିକଟରେ ଥଲାଇବି ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମକୁ ସମସ୍ତେ ପସନ୍ଦ କରିଥିଲେ ।

Show More

Related Articles

Back to top button