ଦେଶଦେଶ ବିଦେଶ

୯ ହଜାରରୁ ଉର୍ଦ୍ଧ୍ୱ ଋଷୀୟ ସୈନ୍ୟଙ୍କୁ ନିହତ କଲାଣି ୟୁକ୍ରେନ

୩୧ଟି ହେଲିକପ୍ଟରକୁ ମାରି ଖସାଇସାରିଲାଣି ୟୁକ୍ରେନ୍ ସେନା

କିଭ୍: ୮ ଦିନ ହେଲା ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଘମାଘୋଟ ଯୁଦ୍ଧ ଥମିବାର ନାଁ ଧରୁନି । ଦିନକୁ ଦିନ ସଙ୍କଟ ହେଉଛି ସ୍ଥିତି । ୟୁକ୍ରେନର ବ୍ୟାପକ କ୍ଷତି ଘଟାଇଚାଲିଛି ଋଷୀୟ ସେନା ।କେଉଁଠି ମିଶାଇଲ୍ ମାଡ ପୁଣି କେଉଁଠି ବୋମା ମାଡ । ଋଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନ୍‌ ମଧ୍ୟ ଲଢେଇ ଜାରି ରଖିଛି , ସେପଟେ କୌଣସି ପରିସ୍ଥିତିରେ ବି ହାର୍‌ ମାନୁନାହାନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେଂସ୍କି।

ଏହାରି ମଧ୍ୟରେ ୟୁକ୍ରେନ୍‌ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଉର୍ଦ୍ଧ୍ବ ଋଷୀୟ ସୈନ୍ୟ ନିହତ ହୋଇସାରିଛନ୍ତି । ଏହା ସହିତ ଋଷର ୩୦ଟି ଯୁଦ୍ଧ ବିମାନ, ୩୭୪ଟି ଅଟୋ ମୋବାଇଲ ଟେକ୍ନିକ୍ସ, ୪୨ଟି MLRS, ୯୦୦ AFV, ୩୧ଟି ହେଲିକପ୍ଟରକୁ ମାରି ଖସାଇସାରିଲାଣି ୟୁକ୍ରେନ୍ ସେନା । କେବଳ ସେତିକି ନୁହେଁ ୨ଟି କଟର୍, ୨୧୭ ଟ୍ୟାଙ୍କ୍, ୧୧ଟି ଆଣ୍ଟିଏୟାର ଡିଫେନ୍ସ ଏବଂ ୩ଟି ୟୁଏବିକୁ ନଷ୍ଟ କରିସାରିଲାଣି ୟୁକ୍ରେନ୍‌ ସେନା ।

ଅନ୍ୟପଟେ ଉଭୟ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହୋଇଛି । ବେଲାରୁଷରେ ହିଁ ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ବୈଠକ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ କୌଣସି ସମାଧାନ ବାହାରିନଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ କିଛି ରାସ୍ତା ବାହାରି ପାରେ ବୋଲି ଅନୁମାନ କରାଯାଉଛି ।

 

Show More

Related Articles

Back to top button