Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେ. ପଲାନିସ୍ୱାମୀ

ତାମିଲନାଡୁରେ ବଦଳିଲା ସରକାର । ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ । ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ତାମିଲନାଡୁରେ ବଦଳିଲା ସରକାର । ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ । ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାମିଲନାଡୁରେ ଏଆଇଏଡିଏମକେ ଓ ବିଜେପି ମଧ୍ୟରେ ମେଣ୍ଟ ଥିଲା । ଚଳିତ ନିର୍ବାଚନରେ ଏଡିଏମକେ ମେଣ୍ଟ ହାତରୁ କ୍ଷମତା ଛଡ଼ାଇ ଆଣିଛି ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ମେଣ୍ଟ ।

୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମକେ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଡିଏମକେ ମେଣ୍ଟ ୧୫୬ ଆସନରେ ବିଜୟୀ ହୋଇଥିବା ବେଳେ ଏଆଇଏଡିଏମକେ ମେଣ୍ଟକୁ ମିଳିଛି ମାତ୍ର ୭୪ ଆସନ । ଅନ୍ୟାନ୍ୟ ୪ଟି ସିଟରେ ବିଜୟୀ ହୋଇଛନ୍ତି । ଖୁବଶୀଘ୍ର ତାମିଲନାଡୁରେ ନୂଆ ସରକାର ଶପଥ ନେବ । ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଡିଏମକେ ମୁଖ୍ୟ ଏମ୍. କେ. ଷ୍ଟାଲିନ୍ ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close