Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଟିକାକରଣ, ୧୮-୪୪ ବର୍ଷ ବୟସ୍କଙ୍କୁ ଦିଆଯାଉଛି ଟିକା

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ ଟିକାକରଣ । କେବଳ ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି । କୋ-ଓ୍ୱିନ୍ ପୋର୍ଟାଲ୍ କିମ୍ବା ଉମଙ୍ଗ ଓ ଆରୋଗ୍ୟ ସେତୁ ଜରିଆରେ ଯେଉଁମାନେ ପଞ୍ଜିକରଣ କରି ସ୍ଲଟ୍ ବୁକ୍ କରିଥିଲେ ସେମାନଙ୍କୁ ଟିକାକରଣ କରାଯାଉଛି । ସକାଳ ୮ଟାରୁ ଅପରାହ୍ନ ୧ଟା ଯାଏଁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକର କରାଯାଉଛି । ଏଥିପାଇଁ ରାଜଧାନୀରେ ମୋଟ ୨୬ଟି ଟିକାକରଣ କେନ୍ଦ୍ର କରାଯାଇଛି ।

ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଶହ ଜଣଙ୍କୁ ଟିକାକରଣ ନେଇ ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ ସେଣ୍ଟରରେ ଟିକା ନେବାକୁ ପଡ଼ିବ । ଟିକା ନେବାକୁ ମୋବାଇଲ୍ ନମ୍ବର ଓ ପରିଚୟ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଲକଡାଉନରେ ବି ଟିକାକରଣ ଜାରି ରହିବ । ଯେଉଁମାନେ ଟିକା ନେବାକୁ ସ୍ଲଟ୍ ପାଇ ନାହାନ୍ତି ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ନଆସିବା ପାଇଁ କୁହାଯାଇଛି । ଅପରାହ୍ନ ୩ଟାରୁ ୬ଟା ଯାଏଁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button