Breaking PLUSଦେଶ ବିଦେଶମୁଖ୍ୟ ଖବର

୪୦୦ ବର୍ଷ ପରେ ଆଜି ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ, ପରସ୍ପରର ନିକଟତର ହେବେ ବୃହସ୍ପତି ଓ ଶନି ଗ୍ରହ

ସୌରମଣ୍ଡଳରେ ଆଜି ତଥା ସୋମବାର ଏକ ବଡ଼ ଘଟଣା ଦେଖିବାକୁ ମିଳିବ। ଆଜି ବୃହସ୍ପତି ଏବଂ ଶନି ଭଳି ଦୁଇଟି ବଡ଼ ଗ୍ରହ ପରସ୍ପରର ଅତି ନିକଟତର ହେବାକୁ ଯାଉଛନ୍ତି। ଏପରି ସ୍ଥଳେ ପୃଥିବୀରୁ ଦେଖିଲେ ଦୁଇ ଗ୍ରହ ସମାନ ଦେଖାଯିବ। ୧୭ଶ ଶତାବ୍ଦୀରେ ମହାନ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓଙ୍କ ଜୀବନକାଳରେ ଏହି ଦୁଇଟି ଗ୍ରହ ନିକଟତର ହୋଇଥିଲେ।

ମହାକାଶ ବିଜ୍ଞାନୀମାନଙ୍କ କହିବାନୁଯାୟୀ ସୌରମଣ୍ଡଳରେ ଦୁଇଟି ବଡ଼ ଗ୍ରହ ନିକଟତର ହେବା ବିରଳ ନୁହେଁ। କାହିଁକିନା ବୃହସ୍ପତି ପ୍ରତି ୨୦ ବର୍ଷରେ ପଡୋଶୀ ଗ୍ରହ ଶନିଙ୍କ ନିକଟ ଦେଇ ଅତିକ୍ରମ କରିଥାଏ । ହେଲେ ଏହା ଏତେ ନିକଟତର ହେବା ସ୍ୱତନ୍ତ୍ର ।

ବୈଜ୍ଞାନିକ ମାନଙ୍କ ମତରେ ଦୁଇଟି ଗ୍ରହ ମଧ୍ୟରେ ଦୂରତା ସେମାନଙ୍କ ଦୃଷ୍ଟିକୋଣରୁ ମାତ୍ର ୦.୧ ଡିଗ୍ରୀ ରହିବ। ଯଦି ପାଣିପାଗ ଅନୁକୂଳ ରୁହେ ତାହେଲେ ସୂର୍ଯ୍ୟାସ୍ତ ପରେ ପୃଥିବୀର ବିଭିନ୍ନ ସ୍ଥାନରୁ ଏହାକୁ ସହଜରେ ଦେଖିହେବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୧୬୨୩ ମସିହା ଜୁଲାଇ ମାସ, ୧୨୨୬ରେ ମଧ୍ୟ ଏଭଳି ଘଟିଥିଲା ।

Show More

Related Articles

Back to top button