Breaking PLUSଓଡ଼ିଶାଖେଳଦେଶ ବିଦେଶ

ଆସନ୍ତାକାଲିଠୁ ଜୁନିୟର ପୁରୁଷ ହକି ବିଶ୍ୱକପ, ଲଢେଇ ପାଇଁ ୧୬ ଟିମ ପ୍ରସ୍ତୁତ

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଜୁନିୟର ପୁରୁଷ ହକି ବିଶ୍ୱକପ । ଏନେଇ ସଜେଇ ହେଲାଣି କଳିଙ୍ଗ ଷ୍ଟାଡିୟମ । ପ୍ରଥମ ଥର ପାଇଁ ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ସମସ୍ତ ୧୬ଟି ଦଳ ଭୁବନେଶ୍ୱରରେ ପହଂଚିସାରିଲେଣି । କଳିଙ୍ଗ ଷ୍ଟାଡିୟମରେ ୧୬ ଟି ଦେଶର ପତାକା ଛାଇ ହୋଇଗଲାଣି ।

ମୁଖ୍ୟ ଗ୍ରାଉଣ୍ଡରେ ଭାରତୀୟ ଦଳ ସମେତ ୧୬ ଟି ଦଳ ନିଜର ପ୍ରସ୍ତୁତି ଚଳାଇଛନ୍ତି । ପରସ୍ପର ସହ ଅଭ୍ୟାସ ମ୍ୟାଚ ଖେଳୁଛନ୍ତି । ହିରୋ ଇଣ୍ଡିଆନ୍ ସୁପର୍ ଲିଗ୍ ର ଅଷ୍ଟମ ସଂସ୍କରଣରେ ଆସନ୍ତାକାଲି ନିଜର ପ୍ରଥମ ମ୍ୟାଚ ଖେଳିବ ଓଡ଼ିଶା ଏଫ୍ ସି । ବେଙ୍ଗାଲୁରୁ ଏଫ୍ ସି ବିରୋଧରେ ଖେଳିବ ଓଡ଼ିଶା ଦଳ । ନୂତନ କୋଚ୍ କିକୋ ରାମିରେଜ୍ ଏବଂ ଅଧିନାୟକ ହେକ୍ଟର ରୋଡାସ ଏହି ସୂଚନା ଦେଇଛନ୍ତି । ଗୋଆର ଭାସ୍କୋରେ ଥିବା ତିଲକ୍ ମଇଦାନରେ ହେବ ଆସନ୍ତାକାଲି ର ମୁକାବିଲା ।

ଏହି ସିଜନରେ ପ୍ରଥମଥର ପାଇଁ ଓଡ଼ିଶା ଏଫ୍ ସି ର ୩ ଜଣ ଅଧିନାୟକ ରହିଛନ୍ତି – ହେକ୍ଟର ରୋଡ଼ାସ, ଭିକ୍ଟର ମୋଙ୍ଗିଲ ଆଉ ବିନିତ୍ ରାଏ । କଳିଙ୍ଗ ଷ୍ଟାଡିଅମ୍ ସହିତ କିଟ୍ ହକି ଗ୍ରାଉଣ୍ଡରେ ବିଭିନ୍ନ ଦଳ ଅଭ୍ୟାସ ଜାରି ରଖିଛନ୍ତି । ବିଶ୍ୱ କପ୍ ଆୟୋଜକ ଭାରତକୁ ନେଇ ମୋଟ ୧୬ ଟି ଟିମ୍ ଭାଗ ନେଉଛନ୍ତି । ଦଳ ଗୁଡିକ ହେଲା ଭାରତ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡସ, ସ୍ପେନ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ମାଲେସିଆ, ଦକ୍ଷିଣ କୋରିଆ, ଆର୍ଜେଣ୍ଟିନା ଚିଲି, କାନାଡ଼ା, ପୋଲାଣ୍ଡ ଓ ଆମେରିକା । ଖେଳାଳି ଓ ଅଫିସିଆଲ୍ସଙ୍କୁ ମିଶାଇ ମୋଟ ୬୦୦ ଜଣ ଟୁର୍ଣ୍ଣାମେଣ୍ଟରେ ସାମିଲ ହେଉଛନ୍ତି ।

Show More

Related Articles

Back to top button