ଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

୫୯ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି ଜଜ୍ ଶିବ ପାଲ ସିଂହ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୁଇଟି ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଦେଇଥିବା ବିଚାରପତିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଜ ଶିବ ପାଲ ସିଂହ ୫୯ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି। ସେ ବିଜେପି ନେତ୍ରୀ ତଥା ଗୋଡ୍ଡା କୋର୍ଟରେ ଓକିଲାତି କରୁଥିବା ନୂତନ ତିୱାରୀଙ୍କୁ ବିବାହ କରିଛନ୍ତି। ଏହି ଗୋଡ୍ଡା କୋର୍ଟରେ ବର୍ତ୍ତମାନ ଶିବ ପାଲ ସିଂହ ବିଚାରପତି ଭାବେ ଦାୟିତ୍ୱ ସଂପାଦନ କରୁଛନ୍ତି।ଶ୍ରୀ ସିଂହଙ୍କ ପ୍ରଥମ ପତ୍ନୀ ୨୦୦୬ରେ ପ୍ରାଣ ହରାଇଥିଲେ। ସେହିପରି ୫୦ ବର୍ଷୀୟ ବିଜେପି ନେତ୍ରୀ କିଛି ବର୍ଷ ତଳେ ଗୋଟିଏ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ଉତ୍ତର ପ୍ରଦେଶର ମୂଳବାସିନ୍ଦା ଶ୍ରୀ ସିଂହ ଝାରଖଣ୍ଡ ଜୁଡିସିଆଲ ସର୍ଭିସରୁ ୨୦୨୩ ମସିହା ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିବେ। ସେ ଜଣେ ନୂତନ ବରିଷ୍ଠ ବିଜେପି ନେତ୍ରୀ ଭାବେ ବେଶ ପରିଚିତ। ଏଥିପାଇଁ ସେ ଗୋଡ୍ଡା ନଗର ପରିଷଦର ଉପାଧ୍ୟକ୍ଷ ଭାବେ ଦୀର୍ଘବର୍ଷ ହେଲା କାମ କରି ଆସୁଛନ୍ତି। ସେ ବିଜେପି ରାଜ୍ୟ କମିଟିର ବିଭିନ୍ନ ପଦପଦବୀର ଦାୟିତ୍ୱରେ ଅଛନ୍ତି। ସେହିପରି ଶ୍ରୀ ସିଂହ ୩ ବର୍ଷ ହେଲାଣି ଗୋଡ୍ଡା ଜିଲ୍ଲା କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍‌-୧ ଭାବେ କାମ କରୁଛନ୍ତି। ସେ କିଛି ଦିନ ତଳେ ଡୁମକା ଜିଲ୍ଲାରେ ଥିବା ବାସୁକିନାଥ ମନ୍ଦିରରେ ନୂତନଙ୍କୁ ବିବାହ କରିଛନ୍ତି। ଜଜ୍‌ ସିଂହଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ନୂତନଙ୍କର ମଧ୍ୟ ଗୋଟେ ଝିଅ ଅଛି । ଉଭୟଙ୍କ ପରିବାର ଓ ପିଲାମାନଙ୍କ ସହମତିରେ ଦୁହେଁ ବିବାହ କରିଛନ୍ତି।

Show More

Related Articles

Back to top button