ଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସାକ୍ଷାତକାରସ୍ୱତନ୍ତ୍ର

ଭାରତ-ବାଙ୍ଗଲାଦେଶ ଦ୍ୱିପାକ୍ଷିକ ବୈଠକରେ ୭ ଚୁକ୍ତି ସ୍ୱାକ୍ଷରିତ

ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପକ୍ଷ ବୈଠକରେ ୭ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ବିଗତ ବର୍ଷରେ ବାଙ୍ଗଲାଦେଶର ୫୦ ତମ ସ୍ୱାଧିନତା ଦିବସ ଖୁବ୍ ଧୁମଧାମରେ ପାଳନ କରିଥିବା କଥା କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ  ।

ଆଗାମୀ ଦିନରେ ଭାରତ ଏବଂ ବାଙ୍ଗଲାଦେଶର ସମ୍ବନ୍ଧ ଆଗକୁ ଅନେକ ନୂଆ ନୂଆ ସଫଳତା ହାସଲ କରିବା ସହିତ ବର୍ତ୍ତମାନ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସହଯୋଗ, ବ୍ୟାପାର ମଧ୍ୟ ଭଲ ହେଉଥିବା ଭାରତର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ।  ସେହିପରି ଆଇଟି, ଅନ୍ତରୀକ୍ଷ ଏବଂ ପରମାଣୁ ଆଦି ବଢାଇବାକୁ ମଧ୍ୟ ନିଷ୍ପତି ନେଇଛନ୍ତି । ତେବେ ପାୱାର ଟ୍ରାସମିଶନ ଲାଇନ୍ ସମ୍ବମନ୍ଧରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଆଲୋଟନା ଚାଲିଥିବା ଜଣା ପଡିଛି ।ଉଭୟ ଦେଶ ନିଜ ନିଜର ସମସ୍ୟା ଉପରେ ଆଲୋଚନା କରିବା ସହ ପରସ୍ପରକୁ ସହେଯାଗ ଏବଂ ସୁ ସମ୍ପର୍କ ସ୍ଥାପନକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।

ସେହିଭଳି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି, ଭାରତବାସୀଙ୍କୁ ମୋର ଅନେକ ଶୁଭେଚ୍ଛା । ଦେଶ ସ୍ୱାଧୀନତାର ଅମୃତମହୋତ୍ସବ ପାଳନର ସଫଳ ସମାପନ ପାଇଁ ସମସ୍ତଙ୍କୁ ମୁଁ ବଧେଇ ଜଣାଉଛି । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ମୋର ଚର୍ଚ୍ଚା ଆଲୋଚନା ସଫଳ ହୋଇଛି ।

ତେବେ ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ମଧ୍ୟରେ ପ୍ରଥମେ ଉପର ସୁରମା କୁଶିୟାରା ପ୍ରକଳ୍ପ, ସିଲହେଟ୍ ଭାୟା ରହୀପୁର ଅଧୀନରେ ବାଙ୍ଗଲାଦେଶ ଦ୍ୱାରା କୁଶିୟାରା ନଦୀକୁ ୧୫୩ କ୍ୟୁସେକ୍ ଜଳ ନିଷ୍କାସନ ଉପରୋ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦ୍ୱିତୀୟରେ ଭାରତର ବୈଜ୍ଞାନିକ ଏବଂ ଉଦୌଗୀକରଣ ଅନୁସନ୍ଧାନ-CSIR ଏବଂ ବାଙ୍ଗଲାଦେଶ ବୈଜ୍ଞାନିକ ଏବଂ ଉଦୌଗୀକରଣ ଅନୁସନ୍ଧାନ- BCSIR ମଧ୍ୟରେ ବୈଜ୍ଞାନିକ ସହଯୋଗ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେହିପରି ତୃତୀୟରେ ନ୍ୟାସନାଲ ଜୁଡିସିଆଲ୍ ଏକାଡେମୀ ଅଫ୍ ଇଣ୍ଡିଆ, ଭଓପାଳ ଏବଂ ବାଙ୍ଗାଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚତୁର୍ଥରେ ଭାରତୀୟ ରେଳବାଇର ତାଲିମ୍ ପ୍ରତିଷ୍ଠାନରେ ବାଙ୍ଗାଦେଶ ରେଳ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ରେଳ ମନ୍ତ୍ରଣାଳୟ, ଭାରତ ଏବଂ ବାଙ୍ଗଲା ଦେଶ ରେଳ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପଞ୍ଚମରେ ବାଙ୍ଗଲାଦେଶ ପାଇଁ ରେଳବାଇ ଆଇଟି ସମାଧାନରେ ସହେଯାଗ ପାଇଁ ରେଳ ମନ୍ତ୍ରଣାଳୟ, ଭାରତ ଏବଂ ବାଙ୍ଗଲା ଦେଶ ରେଳବାଇ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଷଷ୍ଠ ଚୁକ୍ତି ରହିଛି ପ୍ରସାର ଭାରତୀ ଏବଂ ବାଙ୍ଗଲାଦେଶ ଟେଲିଭିଜନ ମଧ୍ୟରେ ଚୁକ୍ତି । ସପ୍ତମରେ ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ବାଙ୍ଗଲା ଦେଶ ସ୍ପେସ୍ ଏଜେନ୍ସି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

Show More

Related Articles

Back to top button