Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଧିନ ଝରାଡ଼ିହି ଫାଣ୍ଡି ଅଧିକାରୀ
ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଧିନ ଝରାଡ଼ିହି ଫାଣ୍ଡି ଅଧିକାରୀ ASI ସତ୍ୟବାନ ଗିରି। ଝରାଡ଼ିହିର ଜଣେ ସରକାରୀ ଦେଶୀ ମଦ ବ୍ୟବସାୟୀଙ୍କ ପାଖରୁ ବିଭିନ୍ନ ସମୟରେ ଧମକ ଦେଇ ଅର୍ଥ ଆଦାୟ କରି ଆସୁଥିଲେ ।
ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଧିନ ଝରାଡ଼ିହି ଫାଣ୍ଡି ଅଧିକାରୀ ASI ସତ୍ୟବାନ ଗିରି। ଝରାଡ଼ିହିର ଜଣେ ସରକାରୀ ଦେଶୀ ମଦ ବ୍ୟବସାୟୀଙ୍କ ପାଖରୁ ବିଭିନ୍ନ ସମୟରେ ଧମକ ଦେଇ ଅର୍ଥ ଆଦାୟ କରି ଆସୁଥିଲେ । ବ୍ୟବସାୟୀ ଜଣଙ୍କ ଅତିଷ୍ଠ ହୋଇ ପୋଲିସ ବାବୁଙ୍କ ନାଁରେ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଆଜି ଦାବୀ ମୁତାବକ ୯ ହଜାର ଟଙ୍କା ଦାଦା ବଟି ନେଉଥିବା ଅଵସ୍ଥାରେ ସମ୍ପୃକ୍ତ ପୋଲିସ ବାବୁ ଭିଜିଲାନ୍ସ ଟିମ ହାତରେ ଧାରା ପଡିଛନ୍ତି । ଭିଜିଲାନ୍ସ ବିଭାଗ ASI ସତ୍ୟବାନ ଗିରିଙ୍କୁ ଗିରଫ କରି ଫାଣ୍ଡି ଓ ତାଙ୍କ ବାସ ଭବନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି ।