Breaking PLUSଓଡ଼ିଶାମୁଖ୍ୟ ଖବର

JEE ଓ NEET ପରୀକ୍ଷା; ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ

ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ନେଇ ସମସ୍ତ ଦାୟିତ୍ୱ ନେବେ ରାଜ୍ୟ ସରକାର ।

ଭୁବନେଶ୍ୱର : ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ନେଇ ସମସ୍ତ ଦାୟିତ୍ୱ ନେବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠି। ଓଡ଼ିଶାରେ ଚଳିତ ବର୍ଷ ୩୭ ହଜାର ପରୀକ୍ଷାର୍ଥୀ ଜେଇଇ ପରୀକ୍ଷା ଦେବେ । ପିଲାମାନଙ୍କ ପରିବହନ ଏବଂ ରହିବା ବ୍ୟହସ୍ଥା ସରକାର ଦାୟିତ୍ୱ ନେବେ । ପରୀକ୍ଷାର୍ଥୀ ମାନେ ଆଡମିଟ୍ କାର୍ଡ ଦେଖାଇଲେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ନୋଡାଲ ସେଣ୍ଟର ପ୍ରସ୍ତୁତ କରାଯାଇଛି । ଉକ୍ତ ସେଣ୍ଟରରେ ପିଲାମାନେ ନିଜର ତଥ୍ୟ ପ୍ରଦାନ କରିବେ । ଏ ନେଇ ପିଲାମାନେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସମସ୍ତ ଖର୍ଚ୍ଚ ବହନ କରିବେ। ପିଲାମାନେ ଦୂରରୁ ଆସୁଥିଲେ ସେମାନଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୂଚନା ଅନୁସାରେ, ଚଳିତ ବର୍ଷ ଜେଇଇ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଜେଇଇ ପରୀକ୍ଷାରେ ଓଡ଼ିଶାରେ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

Show More

Related Articles

Back to top button