Breaking PLUSଦେଶ ବିଦେଶମୁଖ୍ୟ ଖବର

ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀଙ୍କ କରୋନାରେ ଦେହାନ୍ତ

ଆଜି ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଭୋର ୪ଟା ସମୟରେ ପାଟଣାର ପାରାସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ମେୱାଲାଲ ଚୌଧୁରୀ ତାରାପୁରର ବିଧାୟକ ଥିଲେ ।

ଆଜି ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଭୋର ୪ଟା ସମୟରେ ପାଟଣାର ପାରାସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ମେୱାଲାଲ ଚୌଧୁରୀ ତାରାପୁରର ବିଧାୟକ ଥିଲେ । ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ମେୱାଲାଲ ଚୌଧୁରୀ ଦୁଇଥର ବିଧାୟକ ଭାବରେ ତାରାପୁରରୁ ନିର୍ବାଚିତ ହୋଇଥିଲେ । ୨୦୨୦ ରେ ତାଙ୍କୁ ନୀତିଶଙ୍କ କ୍ୟାବିନେଟରେ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଦୁର୍ନୀତି ଅଭିଯୋଗ ହେତୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଭାଗଲପୁର କୃଷି ବିଦ୍ୟାଳୟର କୁଳପତି ଥିବାବେଳେ ମେୱାଲାଲ ଚୌଧୁରୀଙ୍କ ବିରୋଧରେ ନିଯୁକ୍ତି ସ୍କାମ ଅଭିଯୋଗ ହୋଇଥିଲା । ବିରୋଧୀ ତାଙ୍କୁ ଦୁର୍ନୀତି ଅଭିଯୋଗରେ ଇସ୍ତଫା ଦେବାକୁ ଦାବି କରିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ସୂଚନାନୁସାରେ, କରୋନା ମହାମାରୀ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି । ପ୍ରତିଦିନ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପାଟନା ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୨୦୦୦ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି । ସମଗ୍ର ରାଜ୍ୟରେ କରୋନା ଅବସ୍ଥା ବିଗିଡିବା ପରି ନୀତୀଶ କୁମାର ରାତିର କର୍ଫ୍ୟୁ ଲାଗୁ କରିଛନ୍ତି । ଏହା ସହିତ ଅନ୍ୟାନ୍ୟ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି।

Show More

Related Articles

Back to top button