ମନୋରଞ୍ଜନ

୭୩ ବର୍ଷରେ ପାଦ ଥାପିଲେ ଜୟା ବଚ୍ଚନ

ଅଭିନେତା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଆଜି ତାଙ୍କର ୭୩ ତମ ଜନ୍ମ ଦିନ ପାଳନ କରୁଛନ୍ତି

ଅମିତାଭ ଏବଂ ରେଖାଙ୍କ ସମ୍ପର୍କକୁ ନେଇ ଜୟା ଖୁବ୍ ଚିନ୍ତିତି ଥିଲେ । ଯେହେତୁ ଅମିତାଭ ଜୟାଙ୍କୁ ବିବାହ କରିସାରିଥିଲେ ତେଣୁ ଜୟା, ରେଖାଙ୍କୁ ଅମିତାଭ ବଚ୍ଚନଙ୍କଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ ।ଇଣ୍ଡଷ୍ଟ୍ରିର ଲୋକଙ୍କ କହିବାନୁସାରେ, ଜୟା ବଚ୍ଚନ ଥରେ ରେଖାଙ୍କୁ ଅମିତାଭ ବଚ୍ଚନଙ୍କଠାରୁ ଦୂରେଇ ରଖିବାରେ ବିଫଳ ହୋଇଥିଲେ । ଚାରି ଦଶନ୍ଧି ପୂର୍ବରୁ ଅମିତାଭ ବଚ୍ଚନ ଏବଂ ରେଖା ଫିଲ୍ମ ‘ରାମ-ବଳରାମ’ରେ ଅଭିନୟ କରିଥିଲେ । ବିଜୟ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ । ସେହି ସମୟରେ ଜୟା ବଚ୍ଚନ ରେଖାଙ୍କୁ ଫିଲ୍ମରେ ନେବାକୁ ରୋକିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ । ସେ ଏହି ଫିଲ୍ମ ପାଇଁ ଜିନତ ଅମାନଙ୍କ ନାମ ମଧ୍ୟ ପରାମର୍ଶ ଦେଇଥିଲେ । ତଥାପି ରେଖା ସେତେବେଳେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ଏବଂ ସେ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ସହ ମାଗଣାରେ କାମ କରିବା ପାଇଁ ହଁ କରିଦେଇଥିଲେ ।ଏହି କାରଣରୁ ଜୟା ବଚ୍ଚନ ଭାଙ୍ଗି ପଡିଥିଲେ ।

ସେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଫିଲ୍ମରେ କାମ କରିବାକୁ ଅଟକାଇ ପାରିନଥିଲେ । ଫିଲ୍ମର ସୁଟିଂ ଆରମ୍ଭ ହେବା ପରେ ଜୟା ଫିଲ୍ମର ସେଟରେ ପହଞ୍ଚି, ଅମିତାଭ ବଚ୍ଚନ ଏବଂ ରେଖା ହସୁଥିବା ଏବଂ ପରସ୍ପର ସହ କଥା ହେଉଥିବା ଦେଖିଥିଲେ । ଏହା ଦେଖି ସେ ଖୁବ୍ ରାଗିଯାଇଥିଲେ ଏବଂ ସେ ଯାଇ ଅମିତାଭ ବଚ୍ଚନଙ୍କ ସାମ୍ନାରେ ରେଖାଙ୍କୁ ଚାପୁଡା ମାରିଥିଲେ । ସେ ସମୟରେ ଫିଲ୍ମର କାଷ୍ଟ ଏବଂ କ୍ରୁ ମଧ୍ୟ ଉପସ୍ଥିତ ଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଏବଂ ଅମିତାଭଙ୍କୁ ବହୁତ ଖରାପ ଲାଗିଥିଲା ।ଏକ ଇଣ୍ଟରଭ୍ୟୁରେ ଯେତେବେଳେ ଜୟା ବଚ୍ଚନଙ୍କୁ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ରେଖା ମଧ୍ୟ ସିମି ଗ୍ରୁୱାଲଙ୍କ ସୋ’ରେ ଅମିତାଭଙ୍କ ପ୍ରତି ପ୍ରେମ ଥିବା ସ୍ୱୀକାର କରିଥିଲେ ।

Show More

Related Articles

Back to top button