Breaking PLUSଦେଶମୁଖ୍ୟ ଖବର

କୁଲଗାମରେ 5 ଆତଙ୍କବାଦୀ ସଫା

ଶ୍ରୀନଗର : ଦକ୍ଷିଣ କାଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ୨ୟ ଦିନ ଗୁଳିବିନିମୟ ଜାରି ରହିଛି। ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁଳିବିନିୟମରେ ପ୍ରଥମେ ୩ ଆତଙ୍କୀ ନିହତ ହୋଇଥିବା ଜଣାପଡିଥିବା ବେଳେ ଏଯାଏଁ ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି।
ସୂଚନା ଯୋଗ୍ୟ, କୁଲଗାମ ଜିଲାର ସାମନୁ ଗାଁରେ ଗୁରୁବାର ମଧ୍ୟାହ୍ନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ପୁଲିସ,ସେନା ଓ ସିଆରପିଏଫର ମିଳିତ ଟିମ୍‌‌ ଏକ ବିଶେଷ ସୂଚନା ପାଇ କୁଲଗାମର ସାମନୁ ଗାଁରେ ଘେରାଉ ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ। ନିଜକୁ ଘେରାଉ ଅବସ୍ଥାରେ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବିଳମ୍ବିତ ରାତି ଯାଏଁ ଗୁଳିଚାଳନା କରାଯାଇଥିଲା। ଶୁକ୍ରବାର ସକାଳେ ପୁଣି ଗୁଳି ବିନିମୟ ଆରମ୍ଭ ହୋଇଥିଲା।

Show More

Related Articles

Back to top button