ଓଡ଼ିଶାଦୁର୍ଘଟଣାଦେଶ

ଜାମ୍ମୁ-କାଶ୍ମୀର କିସ୍ତୱାଡ଼ ଭୂସ୍ଖଳନ ଘଟଣା ,୪ ମୃତ ଓ ୬ଆହତ

ଜମ୍ମୁ-କାଶ୍ମୀର କିସ୍ତୱାଡ଼ ଜିଲ୍ଲାରେ ନିର୍ମାଣାଧିନ ରତେଲ ବିଦ୍ୟୁତ ପ୍ରକଳ୍ପ ସାଇଟ୍‌ରେ ଭୂସ୍ଖଳନ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବାବେଳେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ଦେଇ କିସ୍ତୱାର ଡେପୁଟି କମିଶନର ଦେବାଶଂ ଯାଦବ କହିଛନ୍ତି ‘ ଭୁସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି।

ସୂଚନା ମୁତାବକ, ଚେନାବ ନଦୀ ଉପରେ ହେଉଥିବା ଏହି ବିଦ୍ୟୁତ୍ ପ୍ରକଳ୍ପର କାମ ଚାଲିଥିବା ବେଳେ ହଠାତ୍ ବିଳମ୍ବିତ ରାତିରେ ଭୂସ୍ଖଳନ ଯୋଗୁଁ କିଛି ଲୋକ ମାଟି ଅତଡା ତଳେ ଦବି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଉଥିବା ସମୟରେ ପୁଣିଥରେ ଭୂସ୍ଖଳନ ହୋଇଥିଲା । ଯାହାଫଳରେ ଉଦ୍ଧାରରେ ସାମିଲ ହୋଇଥିବା ଲୋକେ ମଧ୍ୟ ଫସି ଯାଇଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଜଣେ ପୋଲିସ କର୍ମୀ ଓ ଜେସିବି ଡ୍ରାଇଭରଙ୍କ ସମେତ ମୋଟ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ୬ ଜଣଙ୍କୁ ଆହତ ଅବସ୍ଥାରେ ବାହାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଡ. ଡିତେନ୍ଦ୍ର ସିଂହ। ପୀଡ଼ିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ସମସ୍ୟା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ସମ୍ପର୍କରେ ରହିଛି ବୋଲି ଶ୍ରୀ ସିଂହ ଟ୍ୱିଟ୍ କରିଛନ୍ତି।

Show More

Related Articles

Back to top button