ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆସନ୍ତାକାଲିଠୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶାବାସୀଙ୍କ ଲାଗି ଖୁସି ଖବର। ଆସନ୍ତାକାଲିଠୁ କୋରାପୁଟ ଜିଲ୍ଲା ଜୟପୁରକୁ ଆରମ୍ଭ ହେବ ବିମାନ ସେବା। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ବିମାନ। ଇଣ୍ଡିଆଓ୍ୱାନ ଏୟାର ଦ୍ୱାରା ଚଳାଚଳ କରିବାକୁ ଥିବା ଏହି ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିମାନରେ ୯ଟି ସିଟ୍‌ ରହିବ। ଭୁବନେଶ୍ୱରରୁ ଜୟପୁରକୁ ଭଡ଼ା ୨,୫୦୦ ଟଙ୍କା ରହିଛି। ତେବେ ପ୍ରାରମ୍ଭିକ ଭାବେ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି। ବିମାନଟି ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡ଼ାଣ ଭରିବ। ଅପରାହ୍ନ ଗୋଟାଏ ୨୦ରେ ଏହା ଜୟପୁରରେ ପହଞ୍ଚିବ। ଜୟପୁରରୁ ଏହା ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ। ଅପରାହ୍ନ ୨ଟା ୩୦ରେ ଏହା ବିଶାଖାପାଟଣାରେ ପହଞ୍ଚିବ।ଅପରାହ୍ନ ୩ଟାରେ ବିମାନଟି ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁରରେ ପହଞ୍ଚିବ। ୪ଟା ୫ରେ ଏହା ଜୟପୁରରୁ ବାହାରି ୫ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଜୟପୁରକୁ ବିମାନ ଚଳାଚଳ ଆସନ୍ତାକାଲିଠାରୁ ବାସ୍ତବ ରୂପ ନେବାକୁ ଯାଉଥିବା ବେଳେ ଯାତ୍ରୀମାନେ ବେଶ୍ ଖୁସି ଅଛନ୍ତି। ଆଗାମୀ ଦିନରେ ଉଡ଼ାଣ ସ୍କିମ ଅଧୀନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ୍ ମିଳିଛି। କେବଳ ଡିଜିସିଏର ଅନୁମୋଦନକୁ ଅପେକ୍ଷା କରାଯାଇଛି। ଅନୁମୋଦନ ମିଳିଲେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ। ସେହିପରି ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାକୁ ମଧ୍ୟ ବିମାନ ଉଡ଼ିବ।  ଭୁବନେଶ୍ୱରରୁ ରାଉରକେଲା ଓ ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

Show More

Related Articles

Back to top button