
ଇସଲାମାବାଦ : ଜମାତ ଉଦ ଦାୱାର ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ ସଇଦକୁ ଦୁଇଟି ମାମାଲାରେ ୩୧ ବର୍ଷ କାରାଦଣ୍ଡ ଶୁଣାଯାଇଛି । ପାକିସ୍ଥାନର ଆଣ୍ଟି ଟେରର୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିବାବେଳେ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମଧ୍ୟ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ହାଫିଜ ସଇଦର ଜମାତ ଉଦ ଦାୱା ଓ ଲସ୍କର ଇ ତୋଏବା ନାମକ ଦୁଇଟି ଆତଙ୍କ ବାଦି ସଙ୍ଗଠନ ରହିଛି। ଏହି ଦୁଇଟି ସଙ୍ଗଠନ ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କ ବାଦୀ ଆକ୍ରମଣ କରିଥିଲେ ଓ ଏଥିରେ ୧୬୬ ଜଣ ଲୋକ ମୃତାହତ ହୋଇଥିଲେ। ଏହାର ମାଷ୍ଟର ମାଇଣ୍ଡ୍ ଥିଲେ ହାଫିଜ ସଇଦ ।
ଏହା ପୂର୍ବରୁ ୨୦୨୦ ମସିହାରେ ଆତଙ୍କବାଦ ଆର୍ଥକ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ମାମଲାରେ ୬ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୫ ହଜାର ପାକିସ୍ଥାନୀ ଟଙ୍କା ଜୋରିମାନା ନେଇ ମଧ୍ୟ ରାୟ ଦେଇଥିଲେ । ପାକିସ୍ତାନର ଆତଙ୍କ ନିରୋଧି ଅଦାଲତ ଦୁଇଟି ଅଲଗା ଅଲଗା ମାମଲା ପାଇଁ ହାଫିଜକୁ ସାଢ଼େ ପାଞ୍ଚ ବର୍ଷ ଲେଖାଏଁ ଜେଲ ଦଣ୍ଡ ଘୋଷଣା କରିଛି । ଏହା ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ହାଫିଜ ସଇଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ସହ ଏକ କୋଟି ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି ।