ଓଡ଼ିଶାଭକ୍ତିମୁଖ୍ୟ ଖବର

ସହଜ ହେଇପାରେ ଜଗା ଦର୍ଶନ

୧୬ରୁ ଜଗା ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ନିଷ୍ପତି ନିଆଯାଇପାରେ ବୋଲି ସୂଚନାରୁ ଜଣାପଡିଛି

ପୁରୀ : ଆଜି ଅପରାହ୍ଣ ୩ଟାରେ ବସିବ ଛତିଶା ନିଯୋଗ ବୈଠକ,ଏହି ବୈଠକରେ ଜଗା ଦର୍ଶନରେ ଥିବା କଟକଣାକୁ କୋହଳ କରାଯିବା ସହିତ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଲୋଚନା କରାଯିବ । ଏହା ସହିତ କିଓସ୍କ ବ୍ୟବସ୍ଥା ହଟିପାରେ ବୋଲି ମଧ୍ୟ ଆଶା କରାଯାଉଛି ।

କୋଭିଡ୍ ର ଦୃତ୍ତ ସଂକ୍ରମଣ ପାଇଁ ଜଗା ଜର୍ଶନରେ ଯେଉଁ ସବୁ କଟକଣା ରହିଥିଲା ତାହା ଏବେ କୋହଳ ହୋଇପାରେ । କରୋନା ସଂକ୍ରମଣ ପାଇଁ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଥିଲା ଯାହା ଶ୍ରଦ୍ଧାଳୁଙ୍କ ମନକୁ କଷ୍ଟ  ଦେଉଥିଲା । ବଡଦାଣ୍ଡରେ ଥାଇ ମୁଣ୍ଡିଆ ମାରି ଭକ୍ତଙ୍କୁ ଫେରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ ହୋଇପାରେ ବୋଲି ଅନୁମାନ କରାଯାଉଛି । ୧୬ରୁ ଜଗା ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ନିଷ୍ପତି ନିଆଯାଇପାରେ ବୋଲି ସୂଚନାରୁ ଜଣାପଡିଛି । ସେହିପରି ୧୯ ରେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ ଥିବାରୁ କିପରି ସମସ୍ତ ସୁ-ବ୍ୟବସ୍ଥା କରାଯିବ ,ଏହି ସବୁ ବିଷୟରେ ବୈଠକରେ ଆଲୋଚନା କରାଯିବ ।

 

Show More

Related Articles

Back to top button