ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର କିକ୍ ଷ୍ଟାର୍ଟ ସଫଳ

ଚନ୍ଦ୍ରପୃଷ୍ଠରୁ ଆସିଲା ଆଉ ଏକ ଖୁସି ଖବର। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣ ସଫଳ ହୋଇଛି। ଯାହା ଆଗକୁ ଚନ୍ଦ୍ରକୁ ମାନବ ପଠାଇବାରେ ସଫଳ ହେବ ବୋଲି କୁହାଯାଇଛି। ସୋମବାର ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ କିକ୍ ଷ୍ଟାର୍ଟ କରାଯାଇଛି। ଇସ୍ରୋ କମାଣ୍ଡ୍ ବା ଆଦେଶ ଅନୁସାରେ, ‘ଲାଣ୍ଡର୍ ବିକ୍ରମ’ ତା’ର ଇଞ୍ଜିନ୍ଗୁଡ଼ିକୁ ‘ଫାୟାର୍’ କରି ନିଜେ ପ୍ରାୟ ୪୦ ସେଣ୍ଟିମିଟର୍ ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର୍ ଦୂରରେ ନିରାପଦରେ ଅବତରଣ କରିଛି।
ଇସ୍ରୋ ପକ୍ଷରୁ କୁହାଯାଇଛି କି ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଟକୁ ସଫଳତା ପୂର୍ବକ ପୁରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଫଳରେ ଚନ୍ଦ୍ରପୃଷ୍ଠକୁ ମାନବ ମିଶନ ପାଇଁ ଆଶା ଉଜ୍ଜିବୀତ ହୋଇଛି । ଆଗମୀ ଦିନରେ ଚନ୍ଦ୍ରପୃଷ୍ଠକୁ ମଣିଷ ଯାଇ ଫେରିପାରିବାର ଆଶା ସୃଷ୍ଟି ହୋଇଛି ।
ମାନବ ମିଶନରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିସହ ଚନ୍ଦ୍ରପୃଷ୍ଠରୁ କୌଣସି ନମୂନା ପୃଥିବୀ ପୃଷ୍ଠକୁ ଆଣିବାରେ ଏହା ସହାୟକ ହେବ ବୋଲି ମଧ୍ୟ ଇସ୍ରୋ କହିଛି । ଲ୍ୟାଣ୍ଡର ବିକ୍ରମର ସମସ୍ତ ପାର୍ଟ ସୁରକ୍ଷିତ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ପେ-ଲୋଡରେ ମୁତୟନ ଥିବା ରାମ୍ପ, ଚାଷ୍ଟେ, ଇଲସା ପୁନର୍ବାର ସଫଳତାର ମୁତୟନ କରଯାଇଛି।