Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜିଠୁ ଭାରତୀୟ ବାୟୁସେନା ଆରମ୍ଭ କରୁଛି ଯୁଦ୍ଧାଭ୍ୟାସ

ଖୁବଶୀଘ୍ର ଦିଳ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହା ସାଙ୍ଗକୁ ଆଜିଠୁ ଭାରତୀୟ ବାୟୁସେନା ଆରମ୍ଭ କରୁଛି ଯୁଦ୍ଧାଭ୍ୟାସ । ପାକିସ୍ତାନ ଓ ଚୀନ ସୀମାରେ ଗର୍ଜିବ ରାଫେଲ, ମିରାଜ ପରି ଲଢୁଆ ବିମାନ । ଆଜିଠାରୁ ୧୦ ଦିନ ଯାଏଁ ସମରାଭ୍ୟାସ ‘ତ୍ରିଶୂଳ’ ଜାରି ରଖିବ ବାୟୁସେନା । ଏହାକୁ ପରିଚାଳନା କରୁଛନ୍ତି କମାଣ୍ଡୋ ଗରୁଡ ।

ଭାରତର ଉତ୍ତର ସୀମାର ୧୪୦୦ କିଲୋମିଟର ଅନ୍ତର୍ଗତ କାଶ୍ମୀର, ଲଦାଖ, ସିକ୍କିମ , ଅରୁଣାଚଳପ୍ରଦେଶର ପରିସୀମା ମଧ୍ୟରେ ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇବ । ଏଥିରେ ଲଢୁଆ ବିମାନ ରାଫେଲ, ମିରାଜ, ସୁଖୋଇ ପରି ଭୟାନକ ଲଢୁଆ ବିମାନ ସହ ଯୁଦ୍ଧର ସମସ୍ତ ରଣକୌଶଳ ପ୍ରଦର୍ଶନ କରାଯିବ ।

ଏହାପରେ ଅକ୍ଟୋବର, ନଭେମ୍ବରରେ ଭାରତୀୟ ବାୟୁସେନା ‘ତରଙ୍ଗ ଶକ୍ତି’ ନାମକ ବହୁପକ୍ଷିୟ ଯୁଦ୍ଧାଭ୍ୟାସ ଆୟୋଜନ କରିବାକୁ ଯାଉଛି । ଏଥିରେ ବିଶ୍ୱର ୬ଟି ଶକ୍ତିଶାଳୀ ଭାଗ ନେବେ ।

Show More

Related Articles

Back to top button