Breaking PLUSଦେଶ ବିଦେଶମୁଖ୍ୟ ଖବର

ଗାଜାରେ ଗର୍ଜୁଛି ଟ୍ୟାଙ୍କର

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗିରହିଛି । ତେବେ ଗାଜାଷ୍ଟ୍ରିପ ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁ ପୂରା ଅଞ୍ଚଳ ଏବେ ଶୂନଶାନ ହୋଇପଡିଛି । ଆକାଶରେ ଚିଲ ଓ ଶାଗୁଣା ବୁଲୁଛନ୍ତି । ଇସ୍ରାଏଲର ସ୍ଥଳସେନା 24ଘଣ୍ଟା ପୂର୍ବରୁ ମୋର୍ଚ୍ଚା ଖୋଲିଦେଇଛି ।
ଗଣମାଧ୍ୟମର ସୂଚନା ମୁତାବକ ଗାଜାରେ ବଙ୍କର ଓ ଟ୍ୟାଙ୍କର ଗର୍ଜନ ଶୁଭୁଛି । ଏହି ଯୁଦ୍ଧ ଯୋଗୁ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଛି । ଇସ୍ରାଏଲରେ 1300 ଓ ଗାଜାରେ 1900ରୁ ଅଧିକ ଲୋଙ୍କ ଜୀବନ ଯାଇଛି । ଗାଜାରେ ଇସ୍ରାଏଲ ସ୍ଥଳରୁ ଆକାଶ ସବୁପଟୁ ହମାସ ଉପରେ ବୋମା ବର୍ଷଣ କରି ଆତଙ୍କବାଦୀଙ୍କୁ ମିଟାଇବାକୁ ଉଦ୍ୟମ କରିଛି । ଗାଜାରେ ସ୍ଥଳ ସେନା ମୋର୍ଚ୍ଚା ସମ୍ଭାଳିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଏହା କେବଳ ଆରମ୍ଭ। ସେ ନାଗରିକମାନଙ୍କୁ ତୁରନ୍ତ ଗାଜା ଛାଡିବାକୁ କହିଛନ୍ତି। ଅନ୍ୟପଟେ ଏହା ଉପରେ ପୁନର୍ବିଚାର କରିବାକୁ ଜାତିସଂଘ ମୁଖ୍ୟ ତାଙ୍କୁ ଅନୁରୋଧ କରିଛନ୍ତି।
ଯୁଦ୍ଧରେ ଇସ୍ରାଏଲ ନିଜର 247 ସେନାଙ୍କୁ ହରାଇଛି । ଗାଜାରେ 1900ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 6388 ଲୋକ ଆହତ ହୋଇଛନ୍ତି ।

Show More

Related Articles

Back to top button