Breaking PLUSଦେଶଦେଶ ବିଦେଶବାଣିଜ୍ୟମୁଖ୍ୟ ଖବରସ୍ୱତନ୍ତ୍ର

ଭାରତ- ଶ୍ରୀଲଙ୍କା ମଧ୍ୟରେ ନୌକା ସେବା ଆରମ୍ଭ

ନୂଆଦିଲ୍ଲୀ-ତାମିଲନାଡୁର ନାଗପଟ୍ଟିନମ ଓ ଶ୍ରୀଲଙ୍କାର ଉତ୍ତରାଞ୍ଚଳ ଜାଫନାର କାଙ୍କେସଥୁରାଇ ମଧ୍ୟରେ ଆରମ୍ଭ ହୋଇଛି ବୋଟ୍ ସେବା । ଜୁଲାଇ ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଦୁଇଦେଶର ନେତା ନୌକା ସେବା ନେଇ ଘୋଷଣା କରିଥିଲେ ।
ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ହାଇ ସ୍ପିଡ୍ ଡଙ୍ଗାର କ୍ଷମତା 150 ପ୍ୟାକ୍ସ । ନାଗାପଟ୍ଟିନମ୍ ଏବଂ କେକେଏସ୍ ମଧ୍ୟରେ 60 ଏନଏମ ତଥା 110 କିଲୋମିଟରର ଦୂରତାକୁ ପ୍ରାୟ 3.5 ଘଣ୍ଟା ମଧ୍ୟରେ ଅତିକ୍ରମ କରିହେବ । ବିଦେଶ ମନ୍ତ୍ରାଳୟ ସୂଚନା ଅନୁସାରେ ନୌକା ସେବା ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ଉଦ୍ୟମ ଏହାର ପଡ଼ୋଶୀ ତଥା ବ୍ୟାପକ ଭାରତ ମହାସାଗରୀୟ ଅଞ୍ଚଳ ସହିତ ଯୋଗାଯୋଗ ବୃଦ୍ଧି ପାଇଁ ସରକାରଙ୍କ ପ୍ରାଥମିକତା ସହିତ ମେଳ ଖାଉଛି।
ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ସିଧାସଳଖ ନୌକା ଯାତ୍ରା ଦୁଇଦେଶର ଲୋକଙ୍କୁ ସୁଗମ ଓ ସୁଲଭ ଯୋଗାଯୋଗ ପ୍ରଦାନ କରିବ । ଏହା ପର୍ଯ୍ୟଟନ ଓ ବ୍ୟବସାୟ ସମ୍ପର୍କକୁ ଗତି ଦେବା ସହ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ।

Show More

Related Articles

Back to top button