Breaking PLUSଦେଶ ବିଦେଶମୁଖ୍ୟ ଖବର

ଗାଜାର ଅଲ୍ ସିଫା ହସ୍ପିଟାଲର ବେସମେଣ୍ଟରେ ପ୍ରବେଶ କଲା ଇସ୍ରାଏଲର ସେନା

ହମାସ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଦେଲା ଚେତାବନୀ

ତେଲଅଭିବ-ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧକୁ 40ଦିନ ପୂରିଛି । ବୁଧବାର ସକାଳେ ଇସ୍ରାଏଲ ସେନା ଗାଜାର ସବୁଠୁ ହସ୍ପିଟାଲ ଅଲ୍ ସିଫାରେ ପ୍ରବେଶ କରିଛି । ସୈନିକମାନେ ବେସମେଣ୍ଟରେ ପହଞ୍ଚିସାରିଛନ୍ତି । ଏଠାରେ ହମାସର ମୁଖ୍ୟ କମାଣ୍ଡର ଲୁଚି ରହିଥିବାର ସୂଚନା ପରେ ଇସ୍ରାଏଲ ସେନା ଏହି ପଦକ୍ଷେପ ନେଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସେସ ହମାସ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛି ।
ଆଇଡିଏଫ ପକ୍ଷରୁ ହସ୍ପିଟାଲର ବେସମେଣ୍ଟର ସାଟେଲାଇନ ଫଟୋ ଜାରି କରାଯାଇଛି । ଜବାନମାନେ ବେସମେଣ୍ଟକୁ ଜଗି ରହିଛନ୍ତି । ଯେଉଁଠାରୁ ସାମାନ୍ୟ ହଲଚଲ ଅନୁଭବ ହେଉଛି, ସେଠାରେ ଗୁଳି କରାଯାଉଛି । ଯବାନମାନେ ପୂରା ହସ୍ପିଟାଲକୁ କବଜା କରିନେଇଛନ୍ତି । କାହାକୁ ବି ଖସିପଳାଇବାକୁ ମୌକା ମିଳିନାହିଁ । ଏହି ସମୟରେ ରୋଗୀଙ୍କ ସମେତ ହମାସ କମାଣ୍ଡର ଭୂତଳ ଓ ସୁଡଙ୍ଗ ମଧ୍ୟ ଦେଇ ଖସି ପଳାଉଥିବାର ଦେଖିବାକୁ ମିଳିଛି । ହସ୍ପିଟାଲରେ ରୋଗୀଙ୍କ ସମେତ ହଜାର ହଜାର ଶରଣାର୍ଥୀ ମଧ୍ୟ ରହିଛନ୍ତି ।

Show More

Related Articles

Back to top button