ଦେଶ ବିଦେଶସ୍ୱତନ୍ତ୍ର

ଇମ୍ରାନ ଖାନଙ୍କୁ ଗୁଳିମାଡ ପରେ ସିଲ୍ ହେଲା ଇସଲାମାବାଦ

ଇସଲାମାବାଦରେ ଲକଡାଉନ୍ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ୍ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସିଲ୍ କରାଯାଇଛି ।

ଶାହବାଜ ସରିଫ ସରକାର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାବେଳେ ପରବର୍ତ୍ତୀ ଆଦେଶ ନମିଳିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ତେବେ ଏବି ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଜାରି ରହିବ ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା  ।

ଇମରାନଙ୍କୁ ଗୁଳିମାଡ଼ ପରେ ମାତିଛନ୍ତି ସମର୍ଥକ । ଇସଲାମାବାଦରେ ଉତ୍ତେଜନା ଦେଖି ଲକଡାଉନ୍ ଲାଗିଛି । ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ।

 

Show More

Related Articles

Back to top button