Breaking PLUSଖେଳ

ଆଇପିଏଲରେ ପ୍ରଥମଥର ପାଇଁ ଗୋଟିଏ ସମୟରେ ପଡ଼ିଆକୁ ଓହ୍ଲାଇଲେ ୪ ଦଳ

ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଏକ ସମୟରେ ଖେଳିବେ ୪ଟି ଦଳ । ଏହି ୪ ଦଳ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛନ୍ତି । ଆଜି ଚଳିତ ଆଇପିଏଲର ଅନ୍ତିମ ପର୍ଯ୍ୟାୟ । ଅନ୍ତିମ ଦିନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପକୁ ଭେଟୁଥିବା ବେଳେ ଅନ୍ୟ ପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ରହିଛନ୍ତି ।

ଉଭୟ ଦିଲ୍ଲୀ ଓ ବାଙ୍ଗାଲୋର ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ହେଲେ ମୁମ୍ବାଇ ଭାଗ୍ୟ ସୁତା ଖିଅରେ ଝୁଲୁଛି । ଯଦି ଆଜି ମୁମ୍ବାଇ ୧୭୦ ରନ୍‌ ବ୍ୟବଧାନରେ ହାଇଦ୍ରାବାଦକୁ ପରାସ୍ତ କରିବ, ତା’ହେଲେ ରୋହିତ ଶର୍ମାଙ୍କ ଦଳ ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରିବ। ହାଇଦ୍ରାବାଦ ପୂର୍ବରୁ ହିଁ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛି ।

ଆଜିର ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ୱିଲିୟମସନ ଆହତ ଯୋଗୁ ଆଜିର ମ୍ୟାଚରୁ ବାଦ ପଡ଼ିଛନ୍ତି । ତେଣୁ ମନୀଷ ପାଣ୍ତେ ଦଳର କମାଣ ସମ୍ଭାଳିଛନ୍ତି । ଆହତ ଯୋଗୁ ଭୁବନେଶ୍ୱର କୁମାର ମଧ୍ୟ ଖେଳୁ ନାହାନ୍ତି । ୱିଲିୟମସନଙ୍କ ବଦଳରେ ମହମ୍ମଦ ନବି ଆଜିର ମ୍ୟାଚ୍ ଖେଳୁଛନ୍ତି । ଭୁବିଙ୍କ ବଦଳରେ ନିଜେ ମନୀଷ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି ।

ଏହି ମହତ୍ତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଦୁଇଟି ପରିବର୍ତ୍ତନ କରିଛି । ସୌରଭ ତିୱାରୀ ଓ ଜୟନ୍ତ ଯାଦବଙ୍କ ବଦଳରେ ପୀୟୂଷ ଚାୱଲା ଓ କୃନାଲ ପାଣ୍ଡ୍ୟା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀ ବିପକ୍ଷରେ ବିରାଟଙ୍କ ଆରିସିବି ଟସ୍ ଜିତିଛି । ବିରାଟ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦଳରେ କୌଣସି ପରିବର୍ତ୍ତନ ହୋଇନି ।

Show More

Related Articles

Back to top button