ମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧. କଳାହାଣ୍ଡି : ଆରମ୍ଭ ହେଲା ମାଁ ମାଣିକେଶ୍ୱରୀଙ୍କ ନବଦିନାତ୍ମକ ଶାରଦୀୟ ପୂଜା, ଆସିଲାନି ମାଁଙ୍କ ଆଭୂଷଣ ।

୨. ଟିପିସିଓଡିଏଲ୍‌ର ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ ।

୩. ଅକ୍ସିଜେନ୍ ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ରାୟଗଡ଼ା ମେଡ଼ିକାଲର ୨୦୦ ଶର୍ଯ୍ୟାକୁ ହେଲା ସଂଯୋଗ ।

୪. ଦେଶର ୧୦୦ଟି ସମୁଦ୍ରବେଳାକୁ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ : ଅଶ୍ୱିନୀ ଚୌବେ ।

୫. ଶାରଜା କ୍ରିକେଟ୍ ଷ୍ଟାଡିୟମ୍‌ରେ ଆଇପିଏଲ ୨୦୨୧ର ୫୪ତମ ମ୍ୟାଚରେ କୋଲକାତା ରାଜସ୍ଥାନକୁ ୮୬ ରନ୍‌ରେ ପରାସ୍ତ କରିଛି । ଏଥିସହ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିଛି ।

୬. ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ । ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ । ଏହି ନିୟମ ଅକ୍ଟୋବର ୧୧ତାରିଖରୁ ଲାଗୁ ହେବ ବୋଲି ଭାରତର ହାଇ କମିଶନର ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

୭. ଚଳିତ ରବି ଫସଲରୁ ୯ ଲକ୍ଷ ୫୩ ହଜାର ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖିଛି କୃଷି ବିଭାଗ ।

୮. ମୋଦୀ ଶାସନକୁ ପୁରିଲା ୨ ଦଶନ୍ଧି; ମାତ୍ର ୧୦ଟି ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୫୦ ହଜାର ଟଙ୍କା ।

୯. ଭାରତୀୟ କ୍ରିକେଟ ବୋର୍ଡର ପ୍ରଶଂସା କଲେ ରମିଜ ରାଜା ।

୧୦. ଘୋଷଣା ହେଲା ସ୍କୁଲରେ ଟିଜି ଶିକ୍ଷକ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ତାରିଖ ।
ଏହି ପରୀକ୍ଷା ଚଳିତ ଅକ୍ଟୋବର ୨୫ ତାରିଖରୁ ୨୮ ତାରିଖ ମଧ୍ୟରେ ହେବ । ୨୫ ତାରିଖରେ ଟିଜିଟି-ପିଜିଏମ୍‌, ୨୬ରେ ଟିଜିଟି-ସିବିଜେଡ୍‌ ଓ ୨୭ ଏବଂ ୨୮ ତାରିଖରେ ଟିଜିଟି ଆର୍ଟସ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବା ସ୍ଥିର ହୋଇଛି ।

୧୧. ଓଡିଶା ଲଳିତ କଳା ଏକାଡେମୀ ତରଫରୁ କୋରାପୁଟରେ ଝୋଟି ପ୍ରତିଯୋଗିତା ।

୧୨. ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଭ୍ୟ ମନୋନୀତ ।

୧୩. ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ । ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

୧୪. ଭାରତୀୟ ଦଳର ପୂର୍ବତନ ସଦସ୍ୟ ଅଭିମନ୍ୟୁ ମିଥୁନ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।

୧୫. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ – ହଷ୍ଟେଲ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ।

୧୬. ସ୍କୁଲ ଶିକ୍ଷାର ବିକଟାଳ ଚିତ୍ର: ଶିକ୍ଷକ ପ୍ରଶିକ୍ଷିତ ନୁହଁନ୍ତି କି ୯୪% ସ୍କୁଲରେ ନାହିଁ ଇଣ୍ଟରନେଟ୍ ।

୧୭. ଦେଶର ୫ ହାଇକୋର୍ଟରେ ନିଯୁକ୍ତ ହେଲେ ୯ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

୧୮. ଭ୍ୟାକ୍ସିନ ରପ୍ତାନୀ ଆରମ୍ଭ, ଚାରି ଦେଶକୁ ୧୦-୧୦ ଲକ୍ଷ ଡୋଜ୍ ପଠାଇବାକୁ ମିଳିଲା ଅନୁମତି ।

୧୯. ପରିବା ବଜାରକୁ ଯିବାକୁ ଲାଗୁଛି ଡର । ଡାଲି ତେଲ ବି ବଢାଇଲା ଚିନ୍ତା, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଡିଜେଲ ଟପିଲା ଶହେ ।

୨୦. ଆସୁଛି ଆଉଏକ ବାତ୍ୟା: ଘାଣ୍ଟିବ, ଢାଳିବ! : ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପ୍ରାୟ ୪-୫ ଦିନ ପରେ ଅର୍ଥାତ ଅକ୍ଟୋବର ୧୫ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବାର ସମ୍ଭାବନା ରହିଛି ।

୨୧. ଶ୍ରୀନଗରରେ ଆତଙ୍କୀ ହମଲା: ସ୍କୁଲରେ ପଶି ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଗୁଳି କରି ହତ୍ୟା ପରେ ଆତଙ୍କବାଦୀ ଫେରାର ।

୨୨. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୨୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୭ ହଜାର ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୯୯୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୫୯୧ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୩୪ କୁ ବୃଦ୍ଧି ହୋଇଛି ।

Show More

Related Articles

Back to top button